କେନାଲରେ ଭାସୁଛି ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ, ଉଦ୍ଧାର କରୁନି ପୋଲିସ୍
24/08/2022 at 7:13 PM

ସାଲେପୁର, ୨୪/୮: କଟକ ଜିଲ୍ଲା ସାଲେପୁର ଥାନା ୬ନଂ କେନାଲରେ ଅଚିହ୍ନା ଲୋକର ମୃତଦେହ ଭାସିଭାସି ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ମୃତଦେହକୁ ଦେଖିବାପାଇଁ ଶହଶହ ଲୋକଙ୍କ ଭିଡ଼ ଜମିଛି । ଲୋକମାନେ ମୃତଦେହ ଦେଖିବାପରେ ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ। ଖବରପାଇ ସାଲେପୁର ଅଗ୍ନିଶମ ବିଭାଗ ଭାସୁଥିବା ମୃତଦେହ ନିକଟରେ ପହଂଚିଥିଲେ ମଧ୍ୟ ଉଦ୍ଧାର କରିବାପାଇଁ ଚେଷ୍ଟା ବି କରୁନାହିଁ । ପୋଲିସ ମଧ୍ୟ ଖବର ପାଇବା ପରେ ବି ମୃତଦେହ ଉଦ୍ଧାର ନକରିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ମୃତଦେହଟି ଜଣେ ପୁରୁଷର ବୋଲି ଯାହା ଜଣାପଡୁଛି ।
Related Posts
ପୂର୍ବ ଶତୃତାରୁ ମରଣାନ୍ତରକ ଆକ୍ରମଣ; ଅଭିଯୁକ୍ତ ଗିରଫ
4 February 2023
ବାଘ ମଣିଷ ମୁହାଁମୁହିଁ : ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
4 February 2023