ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପାଖରେ ନଥିଲା ସମ୍ୱଳ, ୪୦ କିଲୋମିଟର ମୃତଦେହ ଧରି ଚାଲିଲେ ସ୍ୱାମୀ

9/02/2023 at 8:10 AM

କୋରାପୁଟ ୦୯/୦୨: ଦାଦନର ସାଂଘାତିକ ଚିତ୍ର। ସ୍ତ୍ରୀର ମୃତ ଦେହ ଧରି ଚାଲି ଚାଲି ବାହାରିଲେ ଭିଟାମାଟି । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଳକ୍ ଅମ୍ପାବାଲି ପଞ୍ଚାୟତର ସୋରଡ଼ା ଗ୍ରାମରେ ।

ଗାଁର ଗୋଟିଏ ଦମ୍ପତ୍ତି ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଯାଇଥିଲେ । ତିନିଦିନ ତଳେ ସ୍ତ୍ରୀର ସ୍ଵାସ୍ଥ୍ୟ ଅସୁସ୍ଥ ହେବାରୁ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ କରାଇଥିଲେ । ଚିକିତ୍ସିତ ଅବସ୍ଥାରେ ସ୍ତ୍ରୀର ମୃତ୍ୟୁ ହୋଇଥିବାବେଳେ ନିଜ ଭିଟାମାଟିକୁ ସ୍ତ୍ରୀର ମୃତଶରୀର ଆଣିବାକୁ ନଥିଲା ପାଖରେ ସମ୍ବଳ ।

ଶେଷରେ ଅନ୍ୟ ଉପାୟ ନପାଇ ନିଜ କାନ୍ଧରେ ବୋହି ଚାଲି ଚାଲି ବାହାରିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଆନ୍ଧ୍ର ପ୍ରଦେଶର ବିଜୟନଗରମ ନିକଟରେ ପୋଲିସ ଦେଖି ଅଟକାଇବା ପରେ ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ମାନବିକତା ଦେଖାଇଲା ପୋଲିସ । ଆମ୍ବୁଲାନ୍ସ ଯୋଗାଡ଼ କରି ସୋରଡ଼ା ଗ୍ରାମକୁ ପଠାଇବା ବ୍ୟବସ୍ଥା କରିଥିଲେ ଆନ୍ଧ୍ର ପୋଲିସ ।

   Related Posts