ଭଡ଼ା ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ପୋଲିସ ଖୋଜୁଛି କାରଣ..
5/09/2022 at 2:23 PM

ଭୁବନେଶ୍ୱର ୦୫।୦୯ : ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ । ଭୁବନେଶ୍ୱର ଉପକଣ୍ଠ ଭରତପୁର କଳିଙ୍ଗନଗଲ କେ ୭ ସ୍ଥିତ ଘରୁ ମିଳିଛି ମୃତଦେହ । ମୃତକଙ୍କ ବୟସ ୨୭ ହୋଇଥିବା ଜଣାପଡିଛି ।
ତେବେ ମିଳିଥିବା ସୂଚନାନୁସାରେ, ଯୁବକଙ୍କ ଜଣଙ୍କ ଜଣେ ମିସ୍ତ୍ରୀ ଭାବେ କରନ୍ତି । ସେ କଳିଙ୍ଗନଗରରେ ଭଡ଼ା ଘରେ ରହୁଥିଲେ । ଏବେ ଯାଏଁ ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଥିବା ବେଳେ ଭରତପୁର ପୋଲିସ ଘଟଣାସ୍ଥଳର ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ ସହଯୋଗ ନେଇପାରେ ପୋଲିସ ।
Related Posts
ପୂର୍ବ ଶତୃତାରୁ ମରଣାନ୍ତରକ ଆକ୍ରମଣ; ଅଭିଯୁକ୍ତ ଗିରଫ
4 February 2023
ବାଘ ମଣିଷ ମୁହାଁମୁହିଁ : ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
4 February 2023