ବେହେରାଗୁଡାରେ ଅଭାବନୀୟ ଘଟଣା, ପୁଣି ବେକ ଉଚ୍ଚର ପାଣିରେ ବୁହାହେଲା ମୃତଦେହ
15/08/2022 at 9:43 PM

ଧର୍ମଗଡ଼, ୧୫/୦୮: ଗତ ପାଞ୍ଚ ଦିନ ତଳେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବେହେରାଗୁଡା ଗ୍ରାମବାସୀ ବେକ ଉଚ୍ଚା ପାଣିରେ ପାର ହୋଇ ଶ୍ମଶାନକୁ ମୃତଦେହ ବୋହି ନେଇଥିଲେ l ପୁଣିଥରେ ଆଜି ସମାନ ଚିତ୍ର ସାମ୍ନାକୁ ଆସିଛି l ଆଜି ମଧ୍ୟ ଜଣଙ୍କ ମୃତ୍ୟୁ ହେବାରୁ ଗ୍ରାମବାସୀ ଜୀବନକୁ ବାଜିରେ ଲଗେଇ ମୃତଦେହକୁ ତଣ୍ଟିଏ ପାଣିରେ ବୋହି ନାଳ ପାରି ହୋଇ ମଶାଣି ନେଇଛନ୍ତି l
ଗତ ୧୧ ତାରିଖ ଦିନ ବେହେରାଗୁଡା ଗ୍ରାମର ସନ୍ତ ରଣାଙ୍କ ଦେହାନ୍ତ ହୋଇଥିଲା l ତାଙ୍କ ଶବକୁ ତଣ୍ଟିଏ ପାଣିରେ ନାଳ ପାର ହୋଇ ମଶାଣିକୁ ନେଇଥିଲେ l ଆଜି ସେହି ବେହେରାଗୁଡା ଗ୍ରାମରେ ସମାନ ଚିତ୍ର ସାମ୍ନାକୁ ଆସିଛି l ଗ୍ରାମର ଡ଼ମେନ ରଣାଙ୍କ ଦେହ ଖରାପ ହେବାରୁ ବିଷମ କଟକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ l ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା l ଗାଁକୁ ଆଜି ଅପରାହ୍ନ ୩ଟାରେ ମୃତଦେହ ଆସିବା ପରେ ତାଙ୍କ ମୃତଦେହକୁ ମଧ୍ୟ ତଣ୍ଟିଏ ପାଣିରେ ଗ୍ରାମବାସୀ ନେଇଥିବା ଦେଖିବାକୁ ମିଳିଛି ।