suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଓୟୋ ହୋଟେଲ୍‌ରୁ ମୃତଦେହ ମିଳିବା ଘଟଣା, ଜଣେ ବନ୍ଧୁ ଏବଂ ଦୁଇ ବାନ୍ଧବୀ ଅଟକ

26/03/2023 at 2:03 PM

ଭୁବନେଶ୍ୱର ୨୬।୦୩ : ଓୟୋ ହୋଟେଲ୍‌ରୁ ମୃତଦେହ ମିଳିବା ଘଟଣା । ମୃତକ ଦୁର୍ଗା ପ୍ରସାଦ ମିଶ୍ରଙ୍କ ଜଣେ ବନ୍ଧୁଙ୍କ ସହ ଦୁଇ ବାନ୍ଧବୀ ଅଟକ । ୩ଜଣଙ୍କ ଅଟକ ରଖି ପଚରାଉଚରା କରୁଛି ଖଣ୍ଡଗିରି ଥାନା ପୋଲିସ ।

ସୂଚନାଯୋଗ୍ୟ ଯେ, ୨୬ ବର୍ଷୀୟ ଦୁର୍ଗାପ୍ରସାଦ ମିଶ୍ର ଲିଙ୍ଗରାଜ ଥାନା ଅଧୀନରେ ଥିବା ଏକ ଭଡା ଘରେ ରହୁଥିଲେ । ଶନିବାର ରାତିରେ ନିଜ ବନ୍ଧୁ, ବାନ୍ଧବୀ ଏବଂ କିଛି ଯୁବତୀଙ୍କ ସହ ମିଶି OYO ହୋଟେଲରେ ଜନ୍ମ ଦିନ ପାଳନ କରିଥିଲେ । ହେଲେ ପରେ ତାଙ୍କର (ଦୁର୍ଗାପ୍ରସାଦ) ମୃତଦେହ ଠାବ ହୋଇଛି । ବର୍ତ୍ତମାନ ଯାଏଁ ମୃତ୍ୟୁର ସଠିକ୍‌ କାରଣ ଜଣାପଡିନାହିଁ ।

ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଦୁର୍ଗାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ଦୁର୍ଗା ପ୍ରସାଦ ଏକ ଘରୋଇ ସଂସ୍ଥାରେ ଚାକିରୀ କରୁଥିଲେ । ଆଉ ଏବେ ଦୁର୍ଗାଙ୍କ କିଛି ବନ୍ଧୁ ଏବଂ ବାନ୍ଧବୀଙ୍କୁ ଡାକି ପଚରାଉଚରା କରୁଛି ଖଣ୍ଡଗିରି ପୋଲିସ

   Related Posts