ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଭାଇ, ସ୍ୱାମୀ ଅଟକ

Published By : Prameya-News7 Bureau | December 05, 2022 IST

ଖୋର୍ଦ୍ଧା, ୦୫/୧୨: ଶୋଇବା ଘରେ ମହିଳାଙ୍କ ଆତ୍ମହତ୍ୟା। ଏନେଇ ମହିଳାଙ୍କ ବାପ ଘର ଲୋକ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଧିନ ବେଗୁନିଆ ନୂଆସହିର କୃପାସିନ୍ଧୁ ପ୍ରଧାନଙ୍କୁ ଠଣାପଲି ଗ୍ରାମର ରୀତାମଣୀ ପ୍ରଧାନ ୨୦୨୦ ମସିହାରେ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ସମୟରେ ଦାବି ମୁତାବକ ୫୦ ହଜାର ଟଙ୍କା, ସୁନା ଗହଣା ଓ ବିଭିନ୍ନ ଅସବାବପତ୍ର ପ୍ରଦାନ କରିଥିଲେ ।

କିନ୍ତୁ ବାରମ୍ବାର ଶ୍ୱଶୁର ଘର ପକ୍ଷରୁ ରୀତାମଣୀଙ୍କୁ ଅଧିକ ୨ ଲକ୍ଷ ଟଙ୍କା ଯୌତୁକ ଦାବିକରି ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ । ଏଥିପାଇଁ ଭଦ୍ର ଲୋକଙ୍କ ମାଧ୍ୟମରେ ବହୁଥର ଆପୋଷ ସମାଧାନ ହୋଇଥିଲା । ଗତ ଏକ ମାସ ତଳେ ନିର୍ଯାତନା ଅସହ୍ୟ ହେବାରୁ ରିତାମଣୀ ତାଙ୍କ ବାପଘରେ ରହୁଥିଲେ । କିନ୍ତୁ ଗତ ୨ ତାରିଖରେ ଭଦ୍ର ଲୋକଙ୍କ ମାଧ୍ୟମରେ ସମାଧାନ ହୋଇ ରୀତା ଶାଶୂଘରକୁ ଆସିଥିବ ବେଳେ ଗତକାଲି ବିଳମ୍ବିତ ରାତିରେ ଶୋଇବା ଘର ପଙ୍ଖାରେ ଲୁଗା ସାହାଯ୍ୟରେ ଆତ୍ମହତ୍ୟା କରିଥିଲେ ।

ରିତାମଣୀଙ୍କ ଶାଶୁ ଏନେଇ ତାଙ୍କ ବାପ ଘରକୁ ଖବର ଦେଇଥିଲେ । ତେବେ ରିତାମଣୀ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ଭାଇ । ଅଭିଯୋଗ ପାଇ ରିତାମଣୀଙ୍କ ସ୍ୱାମୀଙ୍କୁ ଅଟକ ରଖି ସ୍ଥାନୀୟ ମାଜିଷ୍ଟ୍ରେଟ୍‌ ଉପସ୍ଥିତି ଓ ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାର ତଦନ୍ତ ଜାରିରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.