oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା, ନାଳରେ ଭାସୁଛି ମୃତଦେହ

17/08/2022 at 10:05 PM

ଆଠମଲ୍ଲିକ, ୧୭/୦୮: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ଆଠମଲ୍ଲିକ ବ୍ଲକ ନଅଗାଁ ପଞ୍ଚୟତର ନିପିଲଇ ନାଳରୁ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରିଛି ପୋଲିସ । ସୂଚନା ମୁତାବକ ନିପିଲଇ ଗାଁର କିଛି ପିଲା ନାଳକୁ ଯାଉଥିବା ସମୟରେ ଶିଶୁକନ୍ୟାର ମୃତଦେହ ଭାସୁଥିବା ଦେଖିଥିଲେ । ପିଲାଏ ଗାଁ ଲୋକଙ୍କୁ ଏନେଇ ଖବର ଦେଇଥିଲେ । ପରେ ଆଠମଲ୍ଲିକ ପୋଲିସ ପହଞ୍ଚି ଏ ବିଷୟରେ ତଦନ୍ତ ଚଳାଇଛି ।

ଆଠମଲ୍ଲିକ NACର ଏଗାର ନମ୍ବର ୱାର୍ଡର ଏକ ପରିବାରକୁ ଘଟଣାସ୍ଥାନକୁ ଡକାଇଛି ପୋଲିସ୍‌ । ମିଳିଥିବା ସୁଚନା ମୁତାବକ ବୌଦ୍ଧ ଜିଲ୍ଲାର ଜଣେ ଯୁବତୀ ଆଠମଲ୍ଲିକର କମାର ସାହିରେଥିଲେ । ମୃତ ଶିଶୁକନ୍ୟାଟି ତାଙ୍କର ବୋଲି ପୋଲିସ ସୂଚନା ପାଇ ତାଙ୍କ ପରିବାରକୁ ତଦନ୍ତ ପରିସରକୁ ଆଣିଛି। ତେବେ ଶିଶୁକନ୍ୟାଟି କାହାର ଓ କେମିତି ମୃତ୍ୟୁ ହେଲା ସେ ନେଇ ତଦନ୍ତ ପରେ ଜଣାପଡ଼ିବ ।

   Related Posts