ଅଭାବନୀୟ : ସମ୍ପତ୍ତି ପାଇଁ ମା’ର ଶବକୁ ପକାଇ ରଖିଲେ ୬ଘଣ୍ଟା
18/02/2020 at 7:11 AM

ବ୍ରହ୍ମପୁର ୧୮।୨: ବ୍ରହ୍ମପୁରରେ ଅଭାବନୀୟ ଘଟଣା । ସମ୍ପତ୍ତି ପାଇଁ ଘର ବାରଣ୍ଡାରେ ରଖିଲେ ମା’ଙ୍କ ଶବ । ୬ ଘଣ୍ଟା ଶବ ପଡି ରହିବା ପରେ ଶବଦାହ ପାଇଁ ସମସ୍ୟାର ହେଲା ସମାଧାନ । ପୋଲିସର ଉପସ୍ଥିତିରେ ୮୨ ବର୍ଷ ବୟସ୍କା ବିଧବା ମହିଳାଙ୍କୁ ୪ ଝିଅ ମଶାଣୀକୁ ନେଲେ ।

ସମ୍ପତ୍ତି ପାଇଁ ୪ ଝିଅ ନିଜ ମା’କୁ ୬ ଘଣ୍ଟା କାଳ ଘର ଦାଣ୍ଡରେ ରଖିଲେ । ଘଟଣାକୁ ନେଇ ସ୍ଥାନୀୟ ଲୋକେ ପୋଲିସ ଓ ପ୍ରଶାସନକୁ ସୂଚନା ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମାଧାନ କରିଛି । ତେବେ ଅନେକ ସମୟ ଧରି ରାସ୍ତା କଡରେ ଶବ ପଡି ରହିଥିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।