ମାଛ ଧରିବାକୁ ଯାଇ ବୈତରଣୀ ନଦୀରେ ଭାସି ନିଖୋଜ ଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ

Published By : Prameya-News7 Bureau | October 12, 2021 IST

ପଟଣା, ୧୨/୧୦: କେନ୍ଦୁଝର ଜିଲ୍ଲା ପାଟଣା ଥାନା କପୁଣ୍ଡି ଗ୍ରାମ ନିକଟ ବୈତରଣୀ ନଦୀରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଜାଲ ସାହାଯ୍ୟରେ ମାଛ ମାରୁଥିବା ବେଳେ ନଦୀରେ ଭାସି ଯାଇ ଜଣେ ଯୁବକ ନିଖୋଜ ହୋଇଯାଇ ଥିଲେ । ଆଜି ସେହି ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ କପୁଣ୍ଡି ଗ୍ରାମର ସହଦେବ ବିଶୋଇ।

ସୂଚନା ଅନୁସାରେ ସହଦେଵ ନିଜ ସାଙ୍ଗ ସହ ବୈତରଣୀ ନଦୀରେ ମାଛ ମାରୁଥିବା ସମୟରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ କିଛି ଦୂରରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପାଟଣା ମେଡିକାଲକୁ ପଠାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.