ସୋମବାର ସନ୍ଧ୍ୟାରେ ନିଖୋଜ ହୋଇଥିଲେ ବ୍ୟକ୍ତି, ନାଳରେ ପୋତା ଅବସ୍ଥାରେ ମିଳିଲା ମୃତଦେହ  

Published By : Prameya-News7 Bureau | March 31, 2022 IST

ପାଟଣାଗଡ଼, ୩୧।୦୩: ପାଟଣାଗଡ଼ ଉପଖଣ୍ଡର ଲରମ୍ଭା ଥାନା ଅନ୍ତର୍ଗତ ତମିଆଗାଁର ବିଘନ୍ନରାଜ  ପୁଟେଲ ଗତ ସୋମବାର ଦିନ ସନ୍ଧ୍ୟାରେ ନିଖୋଜ ହୋଇଯାଇଥିଲେ । ଏନେଇ ଲରମ୍ଭା ଥାନାରେ ପରିବାର ଲୋକେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ଆଜି ସକାଳୁ ତାମିଆ ନିକଟସ୍ଥ ଅଡ଼କ ନାଳାରେ ମୃତଦେହ ପୋତା ଯାଇଥିବା ଖବର ପାଇ ଲରମ୍ଭା ଥାନାକୁ ଜଣାଇଥିଲେ ପରିବାର। ଉକ୍ତ ମୃତ ଶରୀରର ଅଧ ଅଂଶ ବାହାରକୁ ଦେଖାଯାଉଥିବା ବେଳେ ଲରମ୍ଭା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଘଟଣାର ସତ୍ୟତା ଜଣାପଡିବ ବୋଲି ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.