suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଧ୍ୟପ୍ରଦେଶ ମୁରୈନାରେ ଦୁର୍ଘଟଣା, ଏୟାରଫୋର୍ସର ସୁଖୋଇ-୩୦ ଓ ମିରାଜ୍-୨୦୦୦ ଫାଇଟର ଜେଟ୍ କ୍ରାସ୍
  • ||
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

‘ଡନ୍‌-୩’ରେ ପ୍ରିୟଙ୍କା ନୁହେଁ ଏହି ଅଭିନେତ୍ରୀ ଆସିବେ ନଜର ! ଟ୍ଵିଟ୍‌ ଭାଇରାଲ୍‌

24/08/2022 at 8:53 AM

ନୂଆଦିଲ୍ଳୀ ୨୪।୦୮: ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହରୁଖ ଖାନ । ବର୍ତ୍ତମାନ ହାତରେ ଅନେକ ପ୍ରୋଜେକ୍ଟ ଅଛି । ଆଗମୀ ଦିନରେ ତାଙ୍କର ବ୍ୟାକ୍‌ଟୁ ବ୍ୟାକ୍‌ ଫିଲ୍ମ ଆସୁଛି । ହେଲେ ଚର୍ଚ୍ଚାରେ ଅଛି ତିନୋଟି ଫିଲ୍ମ । ଏହାରି ମଧ୍ୟରେ ଅଭିନେତ୍ରୀ ମୁର୍ନାଲ ଠାକୁର ବର୍ତ୍ତମାନ ସୀତା ରାମଙ୍କ ପାଇଁ ଅନେକ ପ୍ରଶଂସା କରାଯାଉଛି। ସୀତା ରାମଙ୍କ ସଫଳତା ପରେ ମୃନାଲଙ୍କୁ ଟ୍ୱିଟରରେ ଏକ #askmrunal ଟ୍ରେଣ୍ଡ ଚାଲିଛି। ଏହାରି ମଧ୍ୟରେ ତାଙ୍କ ପ୍ରଶଂସକମାନେ ଫିଲ୍ମ ଡନ୍‌କୁ ଦର୍ଶକ ବହୁତ ଅପେକ୍ଷା କରିଛନ୍ତି। ଡନଙ୍କ ଫିଲ୍ମରେ ପ୍ରିୟଙ୍କା ଚୋପ୍ରାଙ୍କ ସ୍ଥାନରେ ତାଙ୍କୁ ରିପ୍ଲେସ୍‌ କରାଯିବା ନେଇ ଚର୍ଚ୍ଚା ଚାଲିଛି ।

 ପୂର୍ବରୁ ଏହି ଚଳଚ୍ଚିତ୍ରରେ ଶାହାରୁଖ ଡନ୍ ଭୂମିକାରେ ଅଭିନୟ କରିଥିବାବେଳେ ପ୍ରିୟଙ୍କା ଚୋପ୍ରାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି। ଏହାରି ମଧ୍ୟରେ ସୋସିଆଲ୍‌ ମିଡିଆରେ, କମେଣ୍ଟ କରିଛନ୍ତି ସାଇନ୍‌ କରିନିଅ ସାଇନ୍‌ କରି ନିଅ ଡନ୍‌ । ଏହି ଟୁଇଟର ମୃଣାଲ୍‌ ଲେଖିଛନ୍ତି, ‘ସପନା (ଡ୍ରିମ୍‌)।’ ଏଥି ସହ ସେ ଟ୍ୱିଟରେ ଫରହାନ ଅଖତରଙ୍କୁ ବି ଟ୍ୟାଗ କରିଛନ୍ତି। ମନେରଖନ୍ତୁ ଯେ ଫରହାନ୍ ଅଖତର ହେଉଛନ୍ତି ଡନ୍ ଫ୍ରାଞ୍ଚାଇଜ୍ ର ନିର୍ଦ୍ଦେଶକ । ସୋସିଆଲ ମିଡିଆ ୟୁଜର୍ସମାନେ ମୃଣାଲ ଠାକୁରଙ୍କ ଏହି ଟ୍ୱିଟ୍‌ରେ  ଖୁବ୍‌ କମେଣ୍ଟ ଆସୁଛି। ହେଲେ ଏହା ବିଷୟରେ କୌଣସି ଅପିସିଆଲି ଘୋଷଣା  ହୋଇ ନାହିଁ।

ସୂଚନା ଅନୁଯାୟୀ କୁହାଯାଉଛି, ମୃଣାଲ ଠାକୁର ହ୍ରିତିକ ରୋଶନଙ୍କ ବିପକ୍ଷରେ ସୁପର-୩୦ରେ ଡେବ୍ୟୁ କରିଥିଲେ। ଏବେ ପୁଣି ଥରେ ଫିଲ୍ମରେ ହୃଦୟ ଜିତିଛନ୍ତି। ଏହା ପରେ ମୃଣାଲ୍‌ ଠାକୁର ବଟଲା ହାଉସ୍, ଭୂତ ଷ୍ଟୋରୀ, ତୁଫାନ୍, ଜର୍ସି ଭଳି ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । ଧୀରେ ଧୀରେ ସଫଳତାର ସିଡ଼ି ଚଢିବାରେ ଲାଗିଛନ୍ତି। ମୃଣାଲଙ୍କ ଆଗାମୀ ଚଳଚ୍ଚିତ୍ର ତାଲିକାରେ ପିପ୍ପା, ଆଙ୍ଖ ମିଚୋଲି, ଗୁମରା ଏବଂ ପୂଜା ମେରୀ ଜାନ ଅଛି।

   Related Posts