‘ମିସ୍ ଆଣ୍ଡ୍ ମିସେସ୍ ଇଣ୍ଡିଆ ଫଟୋଜେନିକ୍’ର ବିଜେତା ହେଲେ ଆରାଧନା ମିଶ୍ର
10/07/2019 at 5:20 PM

ଭୁବନେଶ୍ବର ୧୦|୭: ସମ୍ବଲପୁରର ଆରାଧନା ମିଶ୍ର ‘ମିସ୍ ଆଣ୍ଡ୍ ମିସେସ୍ ଇଣ୍ଡିଆ ସିଜନ୍-୨’ ପ୍ରତିଯୋଗିତାରେ ‘ମିସ୍ ଆଣ୍ଡ୍ ମିସେସ୍ ଇଣ୍ଡିଆ ଫଟୋଜେନିକ୍’ ର ବିଜେତା ହୋଇଛନ୍ତି ।

ଦି ଅସ୍ତିତ୍ବ ଏଣ୍ଟରଟେନମେଣ୍ଟ ଦ୍ବାରା ଗତ ଜୁଲାଇ ୩ତାରିଖରେ ଉତ୍ତରାଖଣ୍ଡର ହିଲଡଓ୍ବାନିରେ ଆୟୋଜିତ ହୋଇଥିଲା ଏହି ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ସାରା ଭାରତରୁ ୩୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସମସ୍ତଙ୍କୁ ପଛରେ ପକାଇ ଆରାଧନା ମିଶ୍ର ବିଜେତା ହୋଇଛନ୍ତି ।

ଆରାଧନା ମିଶ୍ର ହେଉଛନ୍ତି ଜଣେ ଗୃହିଣୀ । ତାଙ୍କର ଦୁଇଟି ପିଲା ଅଛନ୍ତି । ଆରାଧନା ତାଙ୍କ ବିଜୟର ଶ୍ରେୟ ତାଙ୍କ ସ୍ବାମୀ ହିଂମାଶୁ କୁମାର ଦାଶଙ୍କୁ ଦେଇଛନ୍ତି ।