ଗୃହିଣୀଙ୍କ ଯାଦୁକରୀ ଜଲୱା: ବଲାଙ୍ଗୀରରେ ପ୍ରଥମ ଥର ପାଇଁ ଆୟୋଜିତ ହେଲା ମିସ୍ ଓ ମିଷ୍ଟ୍ରେସ ପଶ୍ଚିମ ଓଡିଶା, ଦେଖନ୍ତୁ ଆକର୍ଷଣୀୟ ଏହି କାର୍ଯ୍ୟକ୍ରମର ଝଲକ…

Published By : Prameya-News7 Bureau | September 24, 2019 IST

ବଲାଙ୍ଗିର୨୪|୯: ଆଜିର ଯୁଗରେ ଗୃହିଣୀଙ୍କଙ୍କ ନିତିଦିନିଆ କାମସହ ବ୍ୟସ୍ତବହୁଳ ଜୀବନ ଜଞ୍ଜାଳରେ କଟିଯାଉଛି ଦିନ । ସେହି ଭିତରେ ବିବାହିତା ମହିଳାଙ୍କ ଯେଉଁ ସବୁ ସଉକ ଥାଏ ତାହାକୁ ମଧ୍ୟ ଜଳାଞ୍ଜଳି ଦେବାକୁ ପଡିଥାଏ ନିଜ ପରିବାର ପାଇଁ। ତେବେ ଏହାକୁ ଭୁଲ ପ୍ରମାଣିତ କରିଛି ବଲାଙ୍ଗୀରରେ ଆୟୋଜିତ ମିସ୍‌ ଓ ମିଷ୍ଟ୍ରେସ୍‌ ପଶ୍ଚିମ ଓଡିଶା କାର୍ଯ୍ୟକ୍ରମ।

{"id":161922}

ଏହି କାର୍ଯ୍ୟକ୍ରମରେ ସମଗ୍ର ପଶ୍ଚିମ ଓଡିଶାର ବିବାହିତା ମହିଳା ଓ କୁମାରୀମାନେ ଭାଗ ନେଇଥିଲେ । ଗତକାଲି ଥିଲା ଏହି କାର୍ଯ୍ୟକ୍ରମର ଗ୍ରାଣ୍ଡ ଫିନାଲେ ।

{"id":161923}

ସୂଚନାଯୋଗ୍ୟ ଯେ, ଫାଇନାଲରେ  ମିସ୍‌ ଓ ମିଷ୍ଟ୍ରେସ୍‌ ପଶ୍ଚିମ ଓଡିଶା ଟାଇଟଲ ବିଜେତାଙ୍କୁ ଆଗାମି ଦିନରେ ଓଡିଆ ସିନେ ଜଗତ ସହ ବଲିଉଡ ଫେସନ ସୋରେ ଭାଗ ନେବାର ମିଳିଛି ମୌକା।

{"id":161924}

ସେପଟେ ଏଭଳି ଏକ କାର୍ଯ୍ୟକ୍ରମ ବଲାଙ୍ଗୀର ଜିଲ୍ଲାରେ ହୋଇଥିବାରୁ ବେଶ ଖୁସ ସମଗ୍ର ଜିଲ୍ଲାବାସୀ।

{"id":161925}

ପାରମ୍ପାରିକ ବସ୍ତ୍ରରେ ରାମ୍ପସୋ। ଜଣେ ପରେ ଜଣେ ମହିଳା ଓ ଯୁବତୀ ଭିନ୍ନ ଭିନ୍ନ ଅଙ୍ଗ ଭଙ୍ଗିରେ କରୁଛନ୍ତି ନିଜ ଦକ୍ଷତା ପ୍ରଦର୍ଶନ।

{"id":161926}

ଏହେଉଛି ବଲାଙ୍ଗୀର ଟାଉନହଲରେ ଗତକାଲି ସଂଧ୍ୟାର ଦୃଶ୍ୟ।ଦର୍ଶକ ଭର୍ତ୍ତି ଟାଉନହଲରେ ଚାଲିଥିଲା ସୁନ୍ଦରୀ ପ୍ରତିଯୋଗୀତା ।

{"id":161927}

ପରିଧାନ ଶୈଳୀ, ଚାଲିବାର ଅନ୍ଦାଜ, ଚାହିଁବାର ଠାଣିରେ ଜଣେ ଆଉଜଣଙ୍କଠାରୁ ଲାଗୁଥିଲେ ଆକର୍ଷଣୀୟ ।

{"id":161928}

ତାଳିମାଡରେ ଫାଟିପଡୁଥିଲା ଟାଉନହଲ । କିଏ ସମ୍ବଲପୁରୀ ଶାଢୀରେ ତ କିଏ ପଶାପାଲିରେ ସଜାଇଥିଲେ ନିଜକୁ । ପୁଣିକିଏ ସମ୍ପୂର୍ଣ୍ଣ ଆଧୁନିକ ବସ୍ତ୍ରରେ ଲାଗୁଥିଲେ ବେଶ ଚମତ୍କାର

{"id":161929}

ହେଲେ ଯେଉଁମାନେ ରାମ୍ପସୋ କରୁଛନ୍ତି ସେମାନେ କୌଣସି ମଡେଲ ନୁହଁନ୍ତି । କୌଣସି ଚଳଚିତ୍ରର ଅଭିନେତ୍ରୀ ମଧ୍ୟ ନୁହନ୍ତି। ଏମାନେ ସମସ୍ତେ ଜଣେ ଜଣେ ଗୃହିଣୀ।

{"id":161930}

ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ପାଇଁ ଏଭଳି ଅନୁଭୂତି ଥିଲା ପ୍ରଥମ ଓ ନିଆରା ।

{"id":161931}

ବଲାଙ୍ଗୀର ଜିଲ୍ଲାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଇଛି ମିସ୍‌ ଓ ମିଷ୍ଟ୍ରେସ୍‌ ପଶ୍ଚିମ ଓଡିଶା ଡିଭା।

{"id":161932}

ନିଜ ଦୈନନ୍ଦିନ ଜୀବନରେ ନିଜ ପରିବାର କଥା ବିଝିବାରେ ଦିନ କାଟୁଥିବା ଘରୋଇ ମହିଳାଙ୍କ ଏ ହେଉଛି କମାଲ।

{"id":161933}

ନିଜ ପାଖରେ ଲୁଚି ରହିଥିବା କଳା ଓ ପ୍ରତିଭାକୁ ବେଶ ସୁନ୍ଦର ଢଙ୍ଗରେ ପ୍ରଦର୍ଶିତ କରିଛନ୍ତି ସମଗ୍ର ପଶ୍ଚିମ ଓଡିଶାରୁ ଆସିଥିବା ବିବାହିତା ମହିଳାମାନେ।

{"id":161934}

ସେପଟେ କୁମାରୀମାନେ ମଧ୍ୟ ଏ ପ୍ରତିଯୋଗୀତାରେ ଭାଗ ନେଇ ଦେଖାଇଛନ୍ତି ନିଜ ଦକ୍ଷତା।

{"id":161935}

ତେବେ ଏଭଳି ଏକ କାର୍ଯ୍ୟକ୍ରମ ବଲାଙ୍ଗୀର ଜିଲ୍ଳାରେ ପ୍ରଥମ ଥର ପାଇଁ ହୋଇଥିବାରୁ ବେଶ ଖୁସି ଅନୁଭବ କରିଛନ୍ତି ପ୍ରତିଯୋଗୀଙ୍କ ସହ ସମଗ୍ର ଜିଲ୍ଲା ବାସୀ।

{"id":161936}

ଶୁଭଶ୍ରୀ ଯୋଷୀ ନେହା ଦାଶ ଆଦି ପ୍ରତିଯୋଗୀ ଆୟୋଜକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  

{"id":161937}

ସମଗ୍ର ପଶ୍ଚିମ ଓଡିଶାକୁ ନେଇ ଆୟୋଜିତ ହୋଇଥିବା ଏହି ମିସ୍‌ ଓ ମିଷ୍ଟ୍ରେସ ପଶ୍ଚିମ ଓଡିଶା ଡିଭା ପ୍ରତିଯୋଗିତାରେ ଭାଗ ନେଇଥିଲେ ୬୦ ରୁ ଅଧିକ ପ୍ରତିଯୋଗୀ। ସେଥିମଧ୍ୟରୁ ୨୦ ଜଣଙ୍କୁ ଚୟନ କରାଯାଇଥିଲା ଫାଇନାଲ ପାଇଁ।

{"id":161938}

ତେବେ କାଲି ହୋଇଥିବା ଫାଇନାଲରେ ଉଭୟ ମସ୍‌ ଓ ମିଷ୍ଟ୍ରେସ ପଶ୍ଚିମ ଓଡିଶାଭାବେ ତିନି ତିନି ଜଣଙ୍କୁ କରାଯାଇଛି ବିବେଚିତ।

{"id":161939}

ବିଜୟନୀମାନେ ଆଗାମି ଦିନରେ ଓଡିଶା ସିନେ ଜଗତ ସହ ବଲିଉଡରେ ହେବାକୁ ଥିବା ଏକ ଫେସନ ସୋରେ ଭାଗ ନେବାରୁ ମୌକା ପାଇବେ।

{"id":161940}

ମିସ୍‌ ପଶ୍ଚିମ ଓଡିଶାଭାବେ ବରଗଡ ଜିଲ୍ଲାର ପଲକ ମଥଓ୍ବାନି ଓ୍ବିନର ହୋଇଥିବା ବେଳେ  ମିଷ୍ଟ୍ରେସ ପଶ୍ଚିମ ଓଡିଶାରେ ଓ୍ବିନର ହୋଇଛନ୍ତି  ସୋନପୁର ଜିଲ୍ଲାର ବର୍ଷା।

{"id":161943}

ସେହି ପରି ଦ୍ବତୀୟ ଓ ତୃତୀୟ ରହିଛନ୍ତି ଉଭୟ ଶ୍ରୀମତୀ ଓ କୂମାରୀ ମାନଙ୍କ ମଧ୍ୟରୁ। ସୁଦୁର ମୁମ୍ବାଇ ରୁ ଆସିଥିବା ବଲିଉଡର କାର୍ମକର୍ତ୍ତାଙ୍କ ସହ ପୂର୍ବରୁ ନିଜ ଦକ୍ଷତା ଦେଖାଇଥିବା ମଡେଲ ଏ ପ୍ରତିଯୋଗୀତାରେ  ଜଜ୍‌ ଭାବରେ ରହି ମିସ୍‌ ଓ ମିଷ୍ଟ୍ରେସ ପଶ୍ଚିମ ଓଡିଶାଙ୍କୁ ବିବେଚିତ କରିଛନ୍ତି।

{"id":161944}

ମିଷ୍ଟ୍ରେସ ଇଣ୍ଡିଆ ୨୦୧୮ ଟାଇଟେଲ ବିଜେତା ରାଞ୍ଚିର ନମ୍ରତା ସୋନୀ ବିଚାରକଭାବେ ରହିଥିଲେ ।  

{"id":161945}

ନିଜ କଳା ଓ ଦକ୍ଷତାକୁ ପ୍ରତିପାଦିତ କରିବା ପାଇଁ ବହୁ ବାଧା ବିଘ୍ନ ଆସିଥାଏ ଜଣେ ମହିଳାଙ୍କ ଜୀବନରେ । ହେଲେ ଏଭଳି କିଛି କାର୍ଯ୍ୟକ୍ରମ ହିଁ ସେମାନଙ୍କୁ ଆଗକୁ ବଢିବା ପାଇଁ ଦେଇଥାଏ ପ୍ରତ୍ସାହନ ଓ ପ୍ରରଣା।

{"id":161946}

ଏ କାର୍ଯ୍ୟକ୍ରମକୁ ଆଗାମିଦିନରେ ମଧ୍ୟ ବଜାୟ ରଖିବା ପାଇଁ ଲୋକଙ୍କ ରହିଛି ଦାବି।

{"id":161949}
wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.