scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନିର୍ବାଚନୀ ରାଲିରେ ଭାବବିହ୍ୱଳ ହୋଇପଡିଲେ ଏମଆରପିଏସ୍‌ ମୁଖ୍ୟ, ଆଲିଙ୍ଗନ କରି ସାନ୍ତ୍ୱନା ଦେଲେ ମୋଦୀ

11/11/2023 at 11:38 PM

ତେଲଙ୍ଗାନା: ମଡିଗା ସଂରକ୍ଷଣ ପୋରତା ସମିତି (ଏମଆରପିଏସ) ନେତା ମଣ୍ଡା କୃଷ୍ଣ ମଡିଗା ହାଇଦ୍ରାବାଦରେ ମଞ୍ଚ ଉପରେ ଭାବପ୍ରବଣ ହୋଇପଡିଥିଲେ। ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଏକ ଜନ ସମାବେଶକୁ ସମ୍ବୋଧିତ କରିବାକୁ ଆସିଥିଲେ। ହାଇଦ୍ରାବାଦର ସିକନ୍ଦରବାଦରେ ପିଏମ ମୋଦୀଙ୍କ ସହ ନିଜ ଅନୁଭୂତି ବାଣ୍ଟିଥିଲେ ମଣ୍ଡା କୃଷ୍ଣ ମାଡିଗା। ଏହି ସମୟରେ ପ୍ରଧାନମନ୍ତ୍ରୀ ଏମ୍‌ଆର୍‌ପିଏସ୍‌ ନେତାଙ୍କ ସହ କଥା ହୋଇଥିଲେ। ସେହିସମୟରେ ମଞ୍ଚରେ ମୋଦିଙ୍କ ପାଖରେ ବସି କାନ୍ଦି ପକାଇଥିଲେ ମଡିଗା। ଏହା ପରେ ପ୍ରଧାନମନ୍ତ୍ରୀ ମଡିଗାଙ୍କ ହାତ ଧରି ତାଙ୍କୁ ସାନ୍ତ୍ୱନା ଦେଇଥିଲେ।

ମାଡିଗା ସମ୍ପ୍ରଦାୟର ଏକ ସଂଗଠନ ମାଡିଗା ସଂରକ୍ଷଣ ପୋରାଠା ସମିତି ଦ୍ୱାରା ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରିବାକୁ ଉପସ୍ଥିତ ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ଏହି ରାଲି ରାଜନୈତିକ ଦୃଷ୍ଟିକୋଣରୁ ମହତ୍ୱପୂଣ୍ଣ ବୋଲି ବିବେଚନା କରାଯାଏ, କାରଣ ଏଠାରେ ନିର୍ବାଚନ MRPS ମଡିଗାଙ୍କ ଉପରେ ପ୍ରଭାବ ରଖିଥାଏ, ଏକ ଦଳିତ ସମ୍ପ୍ରଦାୟ, ଯାହାର ବହୁଳ ଜନସଂଖ୍ୟା ରହିଛି।

ମଣ୍ଡା କୃଷ୍ଣଙ୍କ ସହ ସାକ୍ଷାତ ପରେ ବିଜେପିର ୨୦୧୪ ନିର୍ବାଚନୀ ପ୍ରତିଶ୍ରୁତି ପୂର୍ଣ୍ଣ କରିବାର ପ୍ରତିଶୃତି ଦେଇଛନ୍ତି । ୧୯୯୪ରେ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାର ଏଡ୍ଡୁମୁଡୀ ଗ୍ରାମରେ ମଣ୍ଡା କୃଷ୍ଣ ମଡିଗା ଓ ଅନ୍ୟ ନେତୃତ୍ୱ  ଆଭ୍ୟନ୍ତରୀଣ ସଂରକ୍ଷଣକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ  ପ୍ରତିଷ୍ଠା କରାଯାଇଥିଲା।

   Related Posts