ଏମାରଏଫର ବଡ଼ ଉପଲବ୍ଧି, ୧ ଲକ୍ଷ ଟଙ୍କା ଛୁଇଁଲା ପ୍ରତି ସେୟାର

Published By : Prameya-News7 Bureau | June 13, 2023 IST

ନୂଆଦିଲ୍ଲୀ, ୧୩/୦୬: ଭାରତୀୟ ସେୟାର ମାର୍କେଟ ଇତିହାସରେ ପ୍ରଥମ ଥର କୌଣସି ସେୟାର ଏକ ଲକ୍ଷ ଟଙ୍କା ପ୍ରତି ସେୟାର ସ୍ତର ଛୁଇଁଛି। ମାଡ୍ରାସ ରବର ଫ୍ୟାକ୍ଟ୍ରି ଅର୍ଥାତ୍‌ ଏମଆରଏଫ ଏହି ଇତିହାସ ରଚିଛି। ଦୁନିଆର ୧୦ ସବୁଠୁ ବଡ଼ ମହଙ୍ଗା ସେୟାର ମଧ୍ୟରେ ଏକ ମାତ୍ର ଭାରତୀୟ ସେୟାର ହେଉଛି ଏମଆରଏଫର। ଯାହା ବଜାରରେ ଆଜି ୧ ଲକ୍ଷ ଟଙ୍କା ପ୍ରତି ସେୟାର ପାର୍‌ କରିଛି।

ଅବଶ୍ୟ, ପ୍ରାଇସ ଟୁ ଇର୍ଣ୍ଣିଂଙ୍ଗ୍‌ (P/E) ହିସାବରେ ଏହି ସେୟାର ଭାରତର ସବୁଠୁ ମହଙ୍ଗା ସେୟାର ନୁହେଁ। ଏହି ସେୟାରକୁ ଦାମ୍‌ ହିସାବରେ ସବୁଠୁ ମହଙ୍ଗା ସେୟାର କୁହାଯାଉଛି କିନ୍ତୁ P/E ହିସାବରେ ସେୟାର ଦେଶର ସବୁଠୁ ମହଙ୍ଗା ଷ୍ଟକ୍‌ ନୁହେଁ। ମଙ୍ଗଳବାର ବଜାର କାରବାର ସମୟରେ ଏମଆରଏଫର ସେୟାର ୧,୦୦,୪୩୯.୯୫ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥିଲା।

ସୂଚନାଥାଉକି, ୧୯୪୬ରେ ଏମଆରଏଫ୍‌ ଏକ ବେଲୁନ୍‌ ତିଆରି ପ୍ଲାଣ୍ଟ ଭାବରେ ଆରମ୍ଭ ହୋଇଥିଲା। ସେହି ସମୟରେ ମୁଖ୍ୟତଃ ପିଲାଙ୍କ ଖେଳିବା ପାଇଁ ବେଲୁନ୍‌ ତିଆରି କରୁଥଲା।

ଆହୁରି ପଢ଼ନ୍ତୁ: S1 Airର ଏହି ଭ୍ୟାରିଏଣ୍ଟ ବନ୍ଦ କଲା OLA, ବୁକିଂ କରିଥିଲେ କରନ୍ତୁ ଏମିତି…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.