ମାମୁଁଙ୍କ ରାସ୍ତାରେ ଭଣଜା ! ପତ୍ନୀ ଅବନ୍ତିକାଙ୍କୁ ଛାଡପତ୍ର ଦେବେ ଇମ୍ରାନ୍ ଖାନ୍, ଖୁବ ଶୀଘ୍ର କରିପାରନ୍ତି ଘୋଷଣା
16/05/2022 at 10:18 AM

ନୂଆଦିଲ୍ଳୀ ୧୬।୦୫ : ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଅମୀର ଖାନଙ୍କ ଭଣଜା ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ଅବନ୍ତିକା ମଲିକ ଦୀର୍ଘ ସମୟ ଧରି ପରସ୍ପରଠାରୁ ଅଲଗା ରହୁଛନ୍ତି। ଉଭୟ ଆଇନଗତ ଭାବରେ ଛାଡପତ୍ର ପାଇଁ ଆବେଦନ କରିନାହାଁନ୍ତି। କିନ୍ତୁ ରିପୋର୍ଟ ଅନୁଯାୟୀ କୁହାଯାଉଛି କି ଇମ୍ରାନ ଏବଂ ଅବନ୍ତିକା ଦୁହେଁ କୁବ୍ ଶୀଘ୍ର ଛାଡପତ୍ର ନେଇପାରନ୍ତି । ପରସ୍ପର ନିଜ ସମ୍ପର୍କକୁ ଆଉ ଏକ ସୁଯୋଗ ଦେବାକୁ ଚାହୁଁ ନାହାଁନ୍ତି। ଏହି ଦୁଇ ଜଣଙ୍କ ସମ୍ପର୍କ ବିଷୟରେ ମଧ୍ୟ ଦାବି କରାଯାଉଛି ଯେ ଅମୀର ଖାନଙ୍କ ପରି ଇମ୍ରାନ ଏବଂ ଅବନ୍ତିକା ଯେକୌଣସି ସମୟରେ ସେମାନଙ୍କର ଅଲଗା ହେବା ବିଷୟରେ ଅଫିସିଆଲି ଘୋଷଣା କରିପାରନ୍ତି।
କହିବାକୁ ଗଲେ ଇମ୍ରାନ ଖାନ ଏବଂ ଅବନ୍ତିକା ମଲିକ ୨୦୧୧ ମସିହାରେ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ଝିଅ ଅଛି। ଯାହାର ନାମ ଇମାରା ମଲିକ ଖାନ । ସେମାନଙ୍କ ଝିଅ ଇମାରା ଜୁନ୍ ୨୦୧୪ରେ ଜନ୍ମ ହୋଇଥିଲେ। ବିବାହର ପ୍ରାୟ ୮ବର୍ଷ ପରେ, ଦୁହିଁଙ୍କ ମଧ୍ୟ ଝଗଡା ଆରମ୍ଭ ହୋଇଥିଲା । ଯାହା ପରେ ଖବର ଆସିବାକୁ ଲାଗିଲା କି ପରସ୍ପରଙ୍କ ମଧ୍ୟ ପାଟ ସୃଷ୍ଟି ହେବା ସହ ଦୂରତା ବଢିଗଲାଣି । ଜୁନ୍ ୨୦୧୯ରେ ସୂଚନା ମିଳିଥିଲା କି ଅବନ୍ତିକା ଇମ୍ରାନ ଖାନଙ୍କୁଛାଡି ନିଜ ଘରକୁ ଚାଲି ଆସିଥିଲେ। ସେବେଠାରୁ ଅବନ୍ତିକା ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହୁଛନ୍ତି।
ମିଡିଆ ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ ତାଙ୍କ ପତ୍ନୀଙ୍କ ସହ ଆଗକୁ ବଢଇବାକୁ ଚାହୁଁନାହାଁନ୍ତି କିନ୍ତୁ ଅବନ୍ତିକା ମଲିକ ଏହି ସମ୍ପର୍କକୁ ଆଉ ଏକ ସୁଯୋଗ ଦେବାକୁ ଚାହୁଁଛନ୍ତି। ସେ ଗତ ଦୁଇ ବର୍ଷ ଧରି ଇମ୍ରାନଙ୍କ ସହ ସବୁକିଛି ଠିକ୍ କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ତାଙ୍କର ସମସ୍ତ ଚେଷ୍ଟା ବିଫଳ ହୋଇଥିଲା । ଏବେ ଅବନ୍ତିକା ସହିତ ଇମ୍ରାନ ଖାନଙ୍କ ସମ୍ପର୍କ ବୋଧ ହୁଏ ଅଟକି ଯିବ ।