Mr and Mrs Chief Secretary: କେରଳ ବ୍ୟୁରୋକାଟ୍ ଇତିହାସରେ ପ୍ରଥମ

Published By : Prameya-News7 Bureau | September 02, 2024 IST

ନୂଆଦିଲ୍ଲୀ ୦୨/୦୯: କେରଳ ବ୍ୟୁରୋକାଟ୍ ଇତିହାସରେ ପ୍ରଥମ । ସ୍ୱାମୀଙ୍କ ପରେ ସ୍ତ୍ରୀ ସମ୍ଭାଳିଲେ ବଡ ଦାୟିତ୍ୱ । ସ୍ୱାମୀ ଅବସର ନେବା ପରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି ତାଙ୍କ ସହଧର୍ମୀଣୀ । ଯାହାକି ପ୍ରଶାସନିକ କ୍ଷେତ୍ରରେ ବିରଳ ଘଟଣା । ପ୍ରଥମ ଥର ପାଇଁ ମୁଖ୍ୟ ଶାସନ ସଚିବଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ତାଙ୍କ ପତ୍ନୀ । ସ୍ୱାମୀ ମୁଖ୍ୟ ଶାସନ ସଚିବ ପଦରେ ରହି ଅବସର ନେବା ପରେ ସେହି ଚେୟାରରେ ବସିଛନ୍ତି ତାଙ୍କ ପତ୍ନୀ। 

କେରଳ ଇତିହାସରେ ଏପରି ଘଟଣା ବିରଳ । ତେବେ ଏହି ବିରଳ ଘଟଣାକୁ ସେୟାର କରିଛନ୍ତି କଂଗ୍ରେସ ନେତା ତଥା ଥିରୁଅନନ୍ତପୁରମ ସାଂସଦ ଶଶୀ ଥରୁର । ଥରୁର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହାକୁ ପୋଷ୍ଟ କରିଛନ୍ତି। ସୂଚନା ଥାଉକି, ଏହି ଆଇଏଏସ୍‌ ଦମ୍ପତି ହେୁଛନ୍ତି ଡା. ବେଣୁ ବି ଓ ତାଙ୍କ ପତ୍ନୀ ଶାରଦା ମୁରଲିଧରନ । ଡା. ବେଣୁ ବି କେରଳରେ ମୁଖ୍ୟ ଶାସନ ସଚିବ ପଦରେ କାର୍ଯ୍ୟ କରୁଥିବା ବେଳେ ଗତ ୩୧ ତାରିଖରେ ନିଜ ଚାକିରିରୁ ଅବସର ନେଇଛନ୍ତି । 


ଡା. ବେଣୁ ବିଙ୍କ ପରେ ଏହି ପଦ ନିମନ୍ତେ କେରଳ ସରକାର ତାଙ୍କ ପତ୍ନୀ ଶାରଦା ମୁରଲିଧରନଙ୍କ ନାମ ଫାଇନାଲ୍‌ କରିଥିଲେ । ଫଲରେ ଡା. ବେଣୁ ବି ନିଜ ପତ୍ନୀ ତଥା ସଚିବ ପଦରେ ଥିବା ଶାରଦା ମୁରଲିଧରନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଏନେଇ ଥିରୁଅନନ୍ତପୁରମ୍‌ସ୍ଥିତ ସଚିବାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉଭୟ ପତିପତ୍ନୀ ଯୋଗ ଦେଇଥିବା ବେଳେ ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା । ଡା. ବେଣୁ ବି ଓ ଶାରଦା ମୁରଲିଧରନ ଉବୟ ୧୯୯୦ ବ୍ୟାଚ୍‌ର ଆଇଏଏସ୍‌ । 


ମାତ୍ର ଡା. ବେଣୁ ବି ନିଜ ପତ୍ନୀଙ୍କଠାରୁ କିଛି ମାସ ବଡ଼ ଅଟନ୍ତି । ତେଣୁ ସେ ଅବସର ଗ୍ରହଣ କରିଥିବା ବେଳେ ଏହି ପଦରେ ଏବେ ତାଙ୍କ ପତ୍ନୀ ବସିଛନ୍ତି । ଆସନ୍ତା ୮ ମାସ ପର୍ଯ୍ୟନ୍ତ ଶାରଦା ମୁରଲିଧରନ କେରଳର ମୁଖ୍ୟ ଶାସନ ସଚିବ ରୂପେ ଦାୟିତ୍ୱ ତୁଲାଇବେ । କେରଳ ମୁଖ୍ୟମନ୍ତ୍ରୀ ଉଭୟ ପତିପତ୍ନୀ ବ୍ୟୁରୋକ୍ରାଟଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। 

ଏହି ଅବସରରେ ଶାରଦା କହିଥିଲେ ପ୍ରଶାସନିକ ସେବାରେ ଆମେ ଏକାଠି ୩୪ ବର୍ଷ କାମ କରିଛୁ। ତେଣୁ ଏକାଠି ଚାକିରିରୁ ଅବସର ନେବୁ ବୋଲି ଭାବିଥିଲୁ। ମାତ୍ର ମୁଁ ମୋ ସ୍ୱାମୀଙ୍କଠାରୁ ୮ ମାସ ପରେ ଅବସର ନେବି। ଏବେ ସ୍ୱାମୀଙ୍କଠାରୁ ଦାୟିତ୍ୱ ନେବା ମୋ ପାଇଂ ନିଶ୍ଚୟ ସୌଭାଗ୍ୟ । ଚାକିରି କାଳ ମଧ୍ୟରେ ଏପରି ଅନୁଭବ ମିଳିବ ବୋଲି ଭାବି ନ ଥିଲି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.