ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଣି ଚାଲୁ ହେଲା ସାଂସଦଙ୍କ MPLAD ଫଣ୍ଡ, କରୋନା ଯୋଗୁ ନିଲମ୍ବିତ କରିଥିଲେ କେନ୍ଦ୍ର ସରକାର

15/12/2021 at 7:03 PM

ନୂଆଦିଲ୍ଲୀ ୧୫।୧୨:  ସାଂସଦ ସ୍ଥାନୀୟ ଅଞ୍ଚଳ ବିକାଶ (ଏମପିଏଲଏଡି) ପାଣ୍ଠି ଯୋଜନା ପୁଣି ଆରମ୍ଭ ହୋଇଥିବା ଓ ଏହାକୁ ୨୦୨୫-୨୬ ପର୍ଯ୍ୟନ୍ତ ଚଳାଇ ରଖିବା ଲାଗି ମଞ୍ଜୁର କରିଥିବା ସରକାର ବୁଧବାର ସଂସଦରେ ଘୋଷଣା କରିଛନ୍ତି। ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ଏ ସମ୍ପର୍କିତ ପ୍ରଶ୍ନର ଲିଖିତ ଉତ୍ତରରେ ପରିସଂଖ୍ୟାନ ଓ ଯୋଜନା କାର୍ଯ୍ୟାନ୍ୱୟନ ମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂହ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏମପିଲାଡ ଗାଇଡଲାଇନ ଅନୁସାରେ ପ୍ରତି ସାଂସଦଙ୍କୁ ଗୋଟିଏ କିସ୍ତିରେ ୨ କୋଟି ଟଙ୍କା ରିଲିଜ କରାଯିବ ।

ତେବେ ୨୦୨୧-୨୨ ଶେଷ ଆଡକୁ ପୂର୍ବ ଭଳି ସାଂସଦ ନିଧି ଯୋଜନା କାର୍ଯ୍ୟକାରୀ ହେବ ବୋଲି ସେ ସୂଚିତ କରିଛନ୍ତି। ଏହି ଯୋଜନାରେ ପ୍ରତି ସାଂସଦ ବାର୍ଷିକ ୫ କୋଟି ଟଙ୍କା ହକଦାରୀ ଅନୁସାରେ ୨୦୨୨-୨୩ରୁ ୨୦୨୫-୨୬ ବର୍ଷ ପର୍ଯ୍ୟନ୍ତ ଯୋଜନାକୁ ଅନୁମୋଦନ ମିଳିଛି। ଏଥିଲାଗି ମୋଟ ୧୭ ହଜାର ୪୧୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସିଂହ ଉତ୍ତରରେ ଉଲ୍ଲେଖ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ସାଂସଦ ନିଧି (ଏମପିଲାଡ) ସଂସଦର ପ୍ରତ୍ୟେକ ସାଂସଦଙ୍କ ଲାଗି ସ୍ଥାନୀୟ ଅଞ୍ଚଳ ବିକାଶ ନିମନ୍ତେ ବାର୍ଷିକ ୫ କୋଟି ଟଙ୍କା ନିର୍ଦ୍ଧାରିତ। ତେବେ ଦେଶରେ କୋରନା ଭାଇରସ ମାହାମାରୀ ଯୋଗୁ ଏହି ଯୋଜନାକୁ ମଧ୍ୟ ସରକାର ନିଲମ୍ବିତ  କରିଥିଲେ।

ତେବେ ଏହା ପୂର୍ବରୁ ଅର୍ଥାତ ମଙ୍ଗଳବାର କିଛି ସାଂସଦ ସ୍ଥାନୀୟ ଅଞ୍ଚଳ ବିକାଶ ନିମନ୍ତେ ମିଳୁଥିବା ପାଣ୍ଠି ପରିମାଣ ବୃଦ୍ଧି କରାଯାଉ ବୋଲି ଗୃହରେ ଦାବି କରିଥିଲେ। ଯାହା ଦ୍ୱାରା ସେମାନେ ନିଜନିଜ ସାଂସଦୀୟ କ୍ଷେତ୍ରରେ ଅଧିକରୁ ଅଧିକ ବିକାଶ କରିପାରିବେ  ବୋଲି କହିଥିଲେ। ଡିଏମକେ ସାଂସଦ ଦୟାନିଧି ମାରନ ଏମପିଲାଡ ନିଲମ୍ବନ କରାଯାଇଥିବାରୁ ସାଂସଦଙ୍କୁ ସ୍ଥାନୀୟ ଅଞ୍ଚଳ ବିକାଶ ସମ୍ପର୍କିତ ଆବଶ୍ୟକତା ପୂରଣରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା କହିଥିଲେ।   

   Related Posts