ଟିମ୍ ଇଣ୍ଡିଆର ନୂଆ କିଟ୍ ସ୍ପନସର୍, ପ୍ରତି ମ୍ୟାଚ୍ର ଫି’ ଶୁଣିଲେ ତାଜୁବ ହୋଇଯିବେ ଆପଣ
2/11/2020 at 4:05 PM

ଦୁବାଇ, ୨|୧୧ (ଏଜେନ୍ସି): ମୋବାଇଲ ପ୍ରିମିୟର ଲିଗ୍ ବା ଏମପିଏଲ ଆସନ୍ତା ୩ ବର୍ଷ ଯାଏଁ ଭାରତୀୟ କ୍ରିକେଟ ଟିମର କିଟ୍ସ ସ୍ପନସର୍ ଭାବେ ମନୋନୀତ ହୋଇଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇର ଜଣେ ବରିଷ୍ଠ ସଦସ୍ୟ ସୋମବାର ଏନେଇ ସୂଚନା ଦେଇଛନ୍ତି । କିଟ୍ ସ୍ପନସର୍ ଭାବେ ଏମପିଏଲ ଦଳକୁ ପୋଷାକ, ଜୋତା ଆଦି ପ୍ରଦାନ କରିବ ।

ବିସିସିଆଇ କିଟ୍ ସ୍ପନସରସିପ୍ ପାଇଁ ଏମପିଏଲ ସହ ଚୁକ୍ତି କରିଛି । ଏହା ନାଇକିର ସ୍ଥାନ ନେବ । ବିସିସିଆଇ ଅଧିକାରୀଙ୍କ କହିବାନୁସାରେ, ଉଭୟ ଭାରତୀୟ ମହିଳା ଓ ପୁରୁଷ ଟିମ୍, ଟିମ୍ ଏ, ଅଣ୍ଡର-୧୯ ଟିମକୁ ଏମପିଏଲ କିଟ୍ ସ୍ପନସର୍ କରିବ । ପ୍ରତି ମ୍ୟାଚର ଦର ନାଇକି ଦ୍ୱାରା ଦିଆଯାଉଥିବା ୮୮ ଲକ୍ଷ ଟଙ୍କା ବଦଳରେ ୬୫ ଲକ୍ଷ ଟଙ୍କା ରହିବ ।
ନାଇକି ୨୦୧୬ରୁ ୨୦୨୦ ୫ ବର୍ଷ ଯାଏଁ ବିସିସିଆଇର କିଟ୍ ସ୍ପନସର୍ ଥିଲା । ଏତିପାଇଁ ୩୦ କୋଟି ଟଙ୍କାର ରୟାଲଟି ସହ ୩୭୦ କୋଟି ଟଙ୍କା ପ୍ରଦାନ କରିଥିଲା ।
ସୂତ୍ରାନୁସାରେ, ଏବେ କରୋନା ମହାମାରୀ ପାଇଁ କେଉଁ ସଂସ୍ଥା ଏତେ ଅର୍ଥ ପ୍ରଦାନ କରିବାକୁ ପ୍ରସ୍ତୁତ ନଥିଲା , ଯେତେପରିମାଣରେ ନାଇକି କରୁଥିଲା ।