ବାଲିପାଟଣାରେ ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କଲେ ସାଂସଦ
20/08/2022 at 12:07 AM

ବାଲିପାଟଣା ୧୯/୦୮: ବାଲିପାଟଣାର ବିଭିନ୍ନ ବନ୍ୟାଞ୍ଚଳ ବୁଲି ସାଂସଦ ବନ୍ୟାପ୍ରପିଡୀତ ଲୋକମାନଙ୍କର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ବାଲିପାଟଣା ବ୍ଳକର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ବାଲିପାଟଣାର ଇନ୍ଦୋଳ କୁଶିଆରୀ, ବିଲସାହି ଗାଁକୁ ଯାଇ ଲୋକଙ୍କ ଦୁର୍ଦ୍ଦଶା ଦେଖିଛନ୍ତି। ଧାନ ଚାଷରେ ହୋଇଥିବା କ୍ଷତି ପାଇଁ ଇନ୍ସୁରାନସର ବ୍ୟବସ୍ଥା, ଅଚ୍ୟୁତପୁରକାଜ ଠାରେ ସୁଇସ୍ ଗେଟ୍ ପାଇଁ ବ୍ୟବସ୍ଥା କରିବା ସହ ଧନୁଆ ନଦୀର ଆଡ଼ି ବନ୍ଧ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ସେ ପ୍ରସ୍ତାବ ରଖିବେ ବୋଲି ଅପରାଜିତା ଲୋକମାନଙ୍କୁ କହିଛନ୍ତି।

ଅନ୍ୟ ପଟେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ ବାଲିପାଟଣାର ବେଲମରା ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ୟା ପ୍ରଭାବିତ ସମସ୍ତ ପରିବାରକୁ ସାହାଯ୍ଯ କରାଯିବ ବୋଲି ସାଂସଦ ପ୍ରତିଶୃତି ଦେଇଥିବା ଦେଖିବାକୁ ମିଳିଛି।