ପଦ୍ମ ଧରିବେ ସାଂସଦ ସିଦ୍ଧାନ୍ତ ମହାପାତ୍ର !

Published By : Prameya-News7 Bureau | March 21, 2019 IST

ଭୁବନେଶ୍ବର ୨୧|୩ : ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳ ଡିଆଁ ରାଜନୀତି ସେତିକି ଜୋର ଧରିଛି ।ବିଜେପିରେ ମିଶିପାରନ୍ତି ସାଂସଦ ସିଦ୍ଧାନ୍ତ ମହାପାତ୍ର । ଶଙ୍ଖ ଛାଡି ସିଦ୍ଧାନ୍ତ ପଦ୍ମ ଧରି ପାରନ୍ତି ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର । ବିଜେପିର ସ୍ବତନ୍ତ୍ର ମିଶ୍ରଣ ପର୍ବରେ ସିଦ୍ଧାନ୍ତ ଯୋଗଦେବା ନେଇ ସୂଚନା ମିଳିଛି । ବିଜେଡି ଦଳରୁ ଟିକେଟ ନମିଳିବାକୁ ନେଇ ଅସନ୍ତୁଷ୍ଟ ଥିଲେ ସିଦ୍ଧାନ୍ତ ମହାପାତ୍ର ।

ଅନ୍ୟପଟେ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ରେଶବ ନନ୍ଦ ମଧ୍ୟ ବିଜେପିରେ ମିଶିବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ଆସନରୁ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ବଦଳାଇ କଂଗ୍ରେସରୁ ଆସିଥିବା ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ଏମପି ପ୍ରାର୍ଥୀ ଭାବେ ଘୋଷଣା କରିଛି । ଯାହାକୁ ନେଇ ସିଦ୍ଧାନ୍ତ ମହାପାତ୍ର ଅସନ୍ତୁଷ୍ଟ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.