LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜବାବ ଦେଲେ ସସ୍ମିତ ପାତ୍ର, କହିଲେ- ‘ରାଜନୈତିକ ଉଦ୍ଦେଶ୍ୟ ରଖି ଓଡିଶାକୁ ନିନ୍ଦିତ କରନ୍ତୁ ନାହିଁ’

30/03/2023 at 2:29 PM

ଭୁବନେଶ୍ବର ୩୦।୩: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟ୍‌ ପରେ ବିଜେଡି ସାଂସଦ ସସ୍ମିତ ପାତ୍ର ଜବାବ ରଖିଛନ୍ତି । ସସ୍ମିତ କହିଛନ୍ତି, “ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ଏଠି ଆଇନ ନାହିଁ କହିବା ରାଜନୈତିକ ଉଦ୍ଦେଶ୍ୟମୂଳକ । ରାଜନୈତିକ ଉଦ୍ଦେଶ୍ୟ ରଖି ଓଡିଶାକୁ ନିନ୍ଦିତ କରନ୍ତୁ ନାହିଁ । ଆପଣ ଓଡିଶାର ଆଇନଶୃଙ୍ଖଳା ଓ ଅପରାଧ ନେଇ ଅବଗତ ନାହାନ୍ତି । ଆଇନଶୃଙ୍ଖଳା ଓ ଅପରାଧ ଭିତରେ ଫରକ ଅଛି । ସ୍ପର୍ଶକାତରତା ଘଟଣାରେ ରାଜନୀତି କରନ୍ତୁ ନାହିଁ । ଓଡିଶା ଅପେକ୍ଷା ବିଜେପି ଶାସିତ ରାଜ୍ୟରେ ଅଧିକ ଅପରାଧ ଘଟୁଛି । ୨୦୨୧ ଏନସିଆରବି ଅନୁସାରେ ବିଜେପି ଶାସିତ ରାଜ୍ୟରେ ବେଶୀ ଅପରାଧ ହୋଇଛି । ଧର୍ଷଣ, ହତ୍ୟା ମାମଲାରେ ଓଡିଶାଠୁ ୟୁପି, ମଧ୍ୟପ୍ରଦେଶରେ ଅଧିକ । ଅପରାଧିକ ମାମଲାରେ ଓଡିଶାଠାରୁ ଆସାମ, ହରିୟାଣା ଆଗରେ ଅଛନ୍ତି ବୋଲି ସସ୍ମିତ କହିଛନ୍ତି ।

ଝାରସୁଗୁଡାର ୧୫ ବର୍ଷର ନାବାଳକ ଅପହରଣ ଓ ହତ୍ୟା ଘଟଣାରେ ଟ୍ୱିଟ୍ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ବିଟ୍‌ରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଆଇନ ବିହୀନ ଓଡ଼ିଶା ବାସ୍ତବତା ପାଲଟିଛି, ନବ ଦାସ ହତ୍ୟାକୁ ୨ ମାସ ନପୁରୁଣୁ ନାବାଳକ ସମର୍ଥର ହତ୍ୟା କରାଯାଇଛି, ସରକାର ଦାବି କରୁଥିବା ଆଇନର ଶାସନକୁ ପଦାରେ ପକାଇଛି ।

   Related Posts