ବୁଧବାର ଜୟପୁର ଆସୁଛନ୍ତି ରୂପା ଗାଙ୍ଗୁଲି, CAA ସପକ୍ଷରେ ଲୋକଙ୍କୁ କ'ଣ ବୁଝାଇବେ 'ଦ୍ରୌପଦୀ' ?

Published By : Prameya-News7 Bureau | January 21, 2020 IST

ଜୟପୁର ୨୧।୧: ସାରା ଦେଶରେ ନାଗରିକତା ସଂଶୋଧନ ଆଇନ କାର୍ଯ୍ୟକାରୀ ନେଇ କେନ୍ଦ୍ର ସରକାର ଅଧିସୂଚନା ଜାରି କରି ସାରିଲେଣି ।ଏପରିକି ଉତ୍ତର ପ୍ରଦେଶ ପରି ରାଜ୍ୟରେ ଏହା ଲାଗୁ ବି ହୋଇ ସାରିଲାଣି । ତଥାପି ଏହାକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ । ଜୟପୁରରେ ଏହାକୁ ବିରୋଧ କରି ମୁସଲିମ ସଂଗଠନ ରାସ୍ତାକୁ ଓହ୍ଲାଇଥିବା ବେଳେ ଏହାର ସପକ୍ଷରେ ସହରବାସୀ ଓ ବୁଦ୍ଧିଜୀବୀ ଏକ ବିରାଟ ଶୋଭାଯାତ୍ରା କରିଥିଲେ । ଆଉ ଏହି ସପକ୍ଷ ଓ ବିରୋଧ ମଧ୍ୟରେ, ନାଗରିକତା ସଂଶୋଧନ ଆଇନ ସପକ୍ଷରେ ଜନ ଜାଗରଣ ସୃଷ୍ଟି କରିବାକୁ ଆସନ୍ତାକାଲି ଜୟପୁର ଆସୁଛନ୍ତି ଜଣାଶୁଣା ଅଭିନେତ୍ରୀ ତଥା ରାଜ୍ୟ ସଭା ସାଂସଦ ରୂପା ଗାଙ୍ଗୁଲି ।

{"id":214196,"sizeSlug":"large"}

ନାଗରିକତା ସଂଶୋଧନ ଆଇନକୁ ନେଇ ଛିଣ୍ଡୁନି ବିବାଦ।ଯଦିଓ ସାରା ଦେଶରେ ଏହାର କାର୍ଯ୍ୟକାରିତାକୁ ନେଇ କେନ୍ଦ୍ର ସରକାର ଅଧିନିୟମ ଜାରି କରି ସାରିଲେଣି । ଏହି ଆଇନ ଭାରତର ଧର୍ମ ନିରପେକ୍ଷତା ପ୍ରତି କୁଠାରଘାତ । ମୁସଲମାନ ସମାଜ ବିରୋଧରେ ଏହି ଆଇନ ବୋଲି ଦର୍ଶାଇ ଜୟପୁରରେ ରାସ୍ତାକୁ ଓହ୍ଲାଇଛନ୍ତି କିଛି ମୁସଲିମ୍ ସଂପ୍ରଦାୟ । କେବଳ ଏତିକି ନୁହଁ ଏହି ଆଇନ ପରେ NPR ଓ NRC କେନ୍ଦ୍ର ସରକାର ଲାଗୁ କରି ମୁସଲମାନମାନଙ୍କୁ ଦେଶାନ୍ତର କରିବାକୁ ଯୋଜନା କରୁଥିବା ଅଭିଯୋଗ କରିଛନ୍ତି ଏମାନେ ।

{"id":214197,"sizeSlug":"large"}

ସେପଟେ ଏହି ଆଇନ ସପକ୍ଷରେ ରାସ୍ତାକୁ ଓହ୍ଲାଇଛନ୍ତି ସହରର ବୁଦ୍ଧିଜୀବୀ । ଏହି ଆଇନ ଦ୍ବାରା କୌଣସି ଭାରତୀୟଙ୍କ ନାଗରିକତ୍ବ ଯିବ ନାହିଁ । ଏହା ଭାରତ ଓ ଭାରତୀୟଙ୍କ ହିତରେ। ଏହାକୁ ନେଇ ଅପପ୍ରଚାର କରା ଯାଇଛି ବୋଲି କହିଛନ୍ତି ସପକ୍ଷବାଦୀ । ଏପରିକି ନାଗରିକତା ସଂଶୋଧନ ଆଇନ କାର୍ଯ୍ୟକାରୀ ପରେ ତୁରନ୍ତ NPR ଏବଂ NRC ଲାଗୁ କରିବାକୁ ଦାବି ହେ।ଇଛି ।

{"id":214198,"sizeSlug":"large"}

ନାଗରିକତା ସଂଶୋଧନ ଆଇନର କାର୍ଯ୍ୟକାରିତାକୁ ନେଇ ବିବାଦ ମଧ୍ୟରେ ଏହାକୁ ନେଇ ଜନଜାଗରଣ ସୃଷ୍ଟି କରିବାକୁ ଆସନ୍ତାକାଲି ଜୟପୁର ଆସୁଛନ୍ତି ଜଣାଶୁଣା ଅଭିନେତ୍ରୀ ତଥା ରାଜ୍ୟ ସଭା ସାଂସଦ ରୂପା ଗାଙ୍ଗୁଲି। ଜୟପୁରରେ ୨୦ ହଜାର ଲୋକଙ୍କୁ ନେଇ ଏକ ବିରାଟ ରାଲି CAA ସପକ୍ଷରେ କରିବାକୁ ଲକ୍ଷ୍ୟ ରଖିଛି ବିଜେପି । ଏଥିପାଇଁ ଜିଲ୍ଲାର କୋଣ ଅନୁକୋଣରୁ ବିଜେପି କର୍ମୀ ଓ ବୁଦ୍ଧିଜୀବୀ ସାମିଲ ହେବେ ବୋଲି କହିଛି ବିଜେପି । ଏ ନେଇ ଏକ ପ୍ରସ୍ତୁତି ବୈଠକ ବିଜେପି ତରଫରୁ ଆୟୋଜିତ ହୋଇଥିବା ବେଳେ CAAକୁ ନେଇ ବିରୋଧୀ ବିଭ୍ରାନ୍ତିମୂଳକ କଥା କହି ଅପପ୍ରଚାର କରୁଥିବା ଦଳ ଅଭିଯୋଗ କରିଛି।

{"id":214199,"sizeSlug":"large"}

ନାଗରିକତା ସଂଶୋଧନ ଆଇନକୁ ନେଇ ସପକ୍ଷ ଓ ବିରୋଧ ମଧ୍ୟରେ ଏହାର ଭବିଷ୍ୟତ କଣ ହେବ ତାହା ତ ଆଗାମୀ ଦିନରେ ଜଣା ପଡିବ । କିନ୍ତୁ ଏହି ଆଇନ ମାଧ୍ୟମରେ ସଚେତନତା ଓ ଜନ ଜାଗରଣ ରାଲି କରି ବିଜେପି ନିଜ ସାଂଗଠନିକ ସ୍ଥିତି ଜିଲ୍ଲାରେ ସୁଧାରିବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି । ଟିଭି ସିରିଏଲ ମହାଭାରତରେ ଅଭିନୟ କରିଥିବା ରୂପା ଗାଙ୍ଗୁଲି CAA ସପକ୍ଷରେ କଣ ବୁଝାଉଛନ୍ତି ତାହା ଦେଖିବା ବାକି ରହିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.