ବିଜୁବାବୁଙ୍କ ଡ୍ରାଇଭର ବୃନ୍ଦାବନ ମହାରଣାଙ୍କୁ ଭେଟିଲେ ସାଂସଦ ମୁନା ଖାଁ, ସଂସଦୀୟ ପାଣ୍ଠିରୁ ଦେବେ ଆବାସ

Published By : Prameya-News7 Bureau | June 04, 2022 IST

ଆଠଗଡ଼, ୦୪/୦୬: ନିଉଜ ସେଭେନରେ ଖବର ପ୍ରସାରଣ ପରେ ବିଜୁବାବଙ୍କ ଡ୍ରାଇଭରଙ୍କୁ ଭେଟିଛନ୍ତି ରାଜ୍ୟସଭା ସାଂସଦ ମୁନା ଖାଁ । ସୋସିଆଲ ମିଡିଆରେ ବିଜୁବାବୁଙ୍କ ଡ୍ରାଇଭରଙ୍କ ଦୁର୍ଦ୍ଦିନ କାହାଣୀ ଘୁରିବୁଲି ଥିଲା ।  ଯାହାକୁ ଦେଖିଥିଲେ ସାଂସଦ ମୁନା ଖାଁ । ଆଜି ଆଠଗଡ଼ ତିଗିରିଆ ବ୍ଲକ୍ ବିରୀପୁଟ ଗ୍ରାମରେ ପହଞ୍ଚି ବୃନ୍ଦାବନ ମହାରଣାଙ୍କୁ ଭେଟିବା ସହିତ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ବୁଝିବା ସହ ତାଙ୍କ ଭଙ୍ଗା ଚାଳ ଛପର ଘର ବୁଲି ଦେଖିଥିଲେ ।

ସରକାରୀ ସହାୟତା ସହିତ ନିଜ ସାଂସଦୀୟ ପାଣ୍ଠିରୁ ଆବାସ ଯୋଜନା କରାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଗାମୀ ଦିନରେ ବୃନ୍ଦାବନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ସାଂସଦ ମୁନା ଖାଁ କହିଥିଲେ । ସାଂସଦ ବୃନ୍ଦାବନ ମହାରଣାଙ୍କୁ ଭେଟିବା ପରେ ଖୁସିରେ ଆତ୍ମହରା ହୋଇ ଯାଇଥିଲେ ବୃନ୍ଦାବନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ୍ ଦେବା ସହିତ ସାଂସଦଙ୍କୁ ଧନ୍ୟବାଦ୍ ଜଣାଇଥିଲେ ବୃନ୍ଦାବନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.