ଅମୀର ଖାନଙ୍କ କଳସପୂଜା ଓ ଶାହାରୁଖଙ୍କ ବୈଷ୍ଣୋଦେବୀ ଗସ୍ତରେ ଗୃହମନ୍ତ୍ରୀ କହିଲେ,'ସବୁ ଦେବତାଙ୍କୁ ପୂଜା କରନ୍ତୁ କିନ୍ତୁ...'

Published By : Prameya-News7 Bureau | December 14, 2022 IST

ନୂଆଦିଲ୍ଲୀ ୧୪/୧୨ : ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରାଙ୍କୁ ମଙ୍ଗଳବାର ଦିନ ତାଙ୍କ କାର୍ଯ୍ୟାଳୟରେ ବଲିଉଡ ଅଭିନେତା ଆମୀର ଖାନଙ୍କ କଳସ ପୂଜା ଏବଂ ଶାହରୁଖ ଖାନଙ୍କ ବୈଷ୍ଣୌଦେବୀ ଯାତ୍ରା ସମ୍ପର୍କରେ ମନ୍ତବ୍ୟ ଦେବାକୁ କୁହାଯାଇଥିଲା। ସେଲିବ୍ରିଟିଙ୍କୁ ବିରୋଧ କରୁଥିବା ବା ସେମାନଙ୍କ ବିରୋଧରେ ବୟକଟ୍ ଦାବି କରୁଥିବା ମନ୍ତ୍ରୀ କହିଛନ୍ତି, "ସମାଜରେ ଏବେ ସଚେତନତା ହୋଇ ସାରିଛି। ଯଦି ସେମାନେ ଏହା ବୁଝିଛନ୍ତି ତେବେ ଭଲ। ସମସ୍ତଙ୍କର ବିଶ୍ୱାସ ଅନୁଯାୟୀ ଉପାସନା କରିବାର ଅଧିକାର ଅଛି। ତେଣୁ ଆପଣ ଯେକୌଣସି ଦେବତାଙ୍କୁ ପୂଜା କରିବାର ଅଧିକାର ଅଛି। କିନ୍ତୁ ଧ୍ୟାନ ରଖିବେ, ଯେମିତି ଅନ୍ୟ କହାରି ବିଶ୍ୱାସକୁ ଆଘାତ ନ ପହଞ୍ଚେ। "

wp:html /wp:html

କିଛି ମାସ ପୂର୍ବେ ନରୋତ୍ତମ ମିଶ୍ରା ଏକ ବିଜ୍ଞାପନକୁ ନେଇ ଆପତ୍ତି ଉଠାଇଥିଲେ।  ସେଥିରେ ନବ ବିବାହିତ ଦମ୍ପତି ଭାବେ ଆମୀର ଖାନ ଏବଂ କିଆରା ଆଡଭାନୀଙ୍କୁ ଦେଖିବାକୁ ମିଳିଥିଲା। ଯେଉଁଥିରେ  ବିଦାୟୀ ପରମ୍ପରାକୁ ବଦଳାଇ ଦିଆଯାଇଥିଲା। ଆଉ ବର ହିଁ କନିଆଁ ଘରକୁ ରହିବାକୁ  ଚାଲି ଆସିଥିଲେ। ଏହି ବିଦାୟୀ ବିଜ୍ଞାପନକୁ ଅନୁପଯୁକ୍ତ ବୋଲି ବିଚାର କରି ନରୋତ୍ତମ ମିଶ୍ରା କହିଛନ୍ତି ଯେ, ଭାରତୀୟ ପରମ୍ପରା, ରୀତିନୀତି ଏବଂ ଦେବତାମାନଙ୍କ ବିଷୟରେ ଏହିପରି ଜିନିଷ ବିଶେଷ ଭାବରେ ଆମୀର ଖାନଙ୍କଠାରୁ ଆସୁଛି। ମିଶ୍ରା କହିଛନ୍ତି, ଯେ ମୁଁ ବିଶ୍ୱାସ କରେ ତାଙ୍କୁ କାହାର ଭାବନାକୁ ଆଘାତ କରିବାର ନାହିଁ ଅଧିକାର।

wp:html
/wp:html

ନିକଟରେ ଆମୀର ଖାନ ତାଙ୍କ ପ୍ରଡକ୍ସନ୍ ଅଫିସରେ କଳସ ପୂଜା କରୁଥିବା ଦେଖିବାକୁ ମିଳିଥିଲା। ସେଠାରେ ଉପସ୍ଥିତ ଥିଲେ ତାଙ୍କର ପୂର୍ବତନ ପତ୍ନୀ କିରନ ରାଓ।   ଯାହାପରେ ସୋସିଆଲ ମିଡିଆୟୁଜରମାନେ ଆମୀରଙ୍କୁ ତାଙ୍କ ଭକ୍ତି ଓ ବିଶ୍ୱାସକୁ ନେଇ ପ୍ରଶ୍ନ ଉଠାଇଥିଲେ। ନିକଟରେ ଶାହରୁଖ ଖାନ୍ ବି ଜାମ୍ମୁରେ ଥିବା ବୈଷ୍ଣୌଦେବୀ ମନ୍ଦିର ପରିଦର୍ଶନ କରିଥିଲେ ଯାହାର ଫଟୋ ଭାଇରାଲ ହୋଇଥିଲା।

wp:html /wp:html

ତେବେ ଖାଲି ଏହି ଘଟଣା ନୁହେଁ , ପୂର୍ବରୁ ବି ଅନେକ ଘଟଣା ଏବଂ ବଲିଉଡ୍ ସେଲିବ୍ରିଟିଙ୍କ ବିରୋଧରେ  ଆପତ୍ତି ଉଠାଇଛନ୍ତି ନରୋତ୍ତମ ମିଶ୍ରା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.