ଗ୍ୱାଲିୟରରେ ଅଭାବନୀୟ ଘଟଣା: ପୁଅକୁ କାମୁଡିଲା ପଡୋଶୀଙ୍କ କୁକୁର, ରାଗିଗଲା ବାପା, ଆଉ ତାପରେ...

Published By : Prameya-News7 Bureau | January 01, 2022 IST

ଗ୍ୱାଲିୟର ୦୧/୦୧: ମଧ୍ୟପ୍ରଦେଶର ଗ୍ୱାଲିୟରରେ ପୁଅକୁ କାମୁଡିଦେଲା ପଡୋଶୀ ଘରର କୁକୁର । ଫଳରେ ରାଗିଯାଇ ଜଣେ ବ୍ୟକ୍ତି ତାଙ୍କ କୁକୁର ଉପରକୁ ଗୁଳି ଚଳାଇଥିଲା । ତେବେ ସୌଭାଗ୍ୟ ବଶତଃ ଗୁଳିଟି ଟାର୍ଗେଟରେ ନବାଜି ଖସି ଯାଇଥିଲା । ଫଳରେ କୁକୁରଟି ସୁରକ୍ଷିତ ଥିବା ଜଣାପଡିଛି । ଶୁକ୍ରବାର ଦିନ ଜଣେ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ଗୁରୁବାର ଦିନ ଗ୍ୱାଲିୟରର ଆମଖୋ ଅଞ୍ଚଳର ବିଜୟାନଗରରେ ଏହି ଘଟଣା ଘଟିଛି । ଗୁଳି ଚଳାଇଥିବା ବ୍ୟକ୍ତିଙ୍କ ପରିଚୟ ମଧ୍ୟ ମିଳିଛି । ସେ ହେଉଛନ୍ତି ଉପେନ୍ଦ୍ର ଜାଦୌନ୍ । କାମ୍ପୁ ଷ୍ଟେସନର ଦାୟିତ୍ୱରେ ଥିବା ରାମନରେଶ ଯାଦବ କହିଛନ୍ତି ଯେ ଅଭିଯୋଗକାରିଣୀ ପ୍ରୀତି ପରମାରଙ୍କ ଅଭିଯୋଗ ଅନୁଯାୟୀ ପଡୋଶୀ ଉପେନ୍ଦ୍ର ଜାଦୌନ୍ ଏବଂ ରାଜ ଜାଦୌନ୍ ଗୁରୁବାର ସନ୍ଧ୍ୟାରେ ଘରକୁ ଆସିଥିଲେ ।

ଏହାସହ ସେମାନେ ଦେଶୀ ପିସ୍ତଲ ସାହାଯ୍ୟରେ କୁକୁର ଉପରକୁ ଗୁଳି ଚଳାଇଥିଲେ । ତେବେ ଗୁଳିଟି ତାଙ୍କ କୁକୁର ସାଇଟ ଦେଇ ଚାଲି ଯାଇଥିଲା । ଅଳ୍ପକେ ବର୍ତ୍ତିଯାଇଥିଲା କୁକୁରଟି । ସୂଚନା ଥାଉକି, କୁକୁର ପିଲାକୁ କାମୁଡ଼ିବା କାରଣରୁ ବାପା ଉପେନ୍ଦ୍ର ରାଗିଯାଇଥିଲେ । ଯାଦବ କହିଛନ୍ତି ଯେ ଆଇପିସିର ଧାରା ଅଧୀନରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କ ସନ୍ଧାନ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.