scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅପରିଷ୍କାର ଶୌଚାଳୟରେ ପାଣି ସ୍ପ୍ରେ କଲେ ସାଂସଦ, ବ୍ରସ୍‌ ମାରି ଧୋଇଲେ ହସ୍ପିଟାଲ ଡିନ୍‌

3/10/2023 at 6:38 PM

ମୁମ୍ବାଇ, ୩/୧୦: ଶିବସେନା ସାଂସଦ ହେମନ୍ତ ପାଟିଲଙ୍କ ଅଜବ କାରନାମା।  ଅପରିଷ୍କାର ଶୌଚାଳୟ ସଫା କରିବାକୁ ହସ୍ପିଟାଲ ଡିନ୍‌କୁ କହିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମହାରାଷ୍ଟ୍ରର ଏକ ସରକାରୀ ହସ୍ପିଟାଲରେ ୪୮ ଘଣ୍ଟାରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ଏହି ଘଟଣା ଖବରର ଶିରୋନାମା ପାଲଟିଥିଲା।

ଏଥିପାଇଁ ଶଙ୍କାରୋ ଚାବନ ସରକାରୀ ହସ୍ପିଟାଲ ପରିଦର୍ଶନ କରିବାକୁ ଯାଇଥିଲେ ସାଂସଦ ହେମନ୍ତ ପାଟିଲ୍‌। ସେ ସେଠାକାର ସ୍ଥିତିକୁ ଅନୁଧ୍ୟାନ କରିଥିଲେ। କିଛି ଅପରିତ୍ୟକ୍ତ ଓ ଅପରିଷ୍କାର ଶୌଚାଳୟକୁ ଦେଖି ରାଗିଯାଇଥିଲେ । ଏହି ସମୟରେ ଟଏଲେଟ୍‌କୁ ସଫା ହସ୍ପିଟାଲ ଡିନ୍‌ ଶାମରୋ ଓ୍ୱାକୋଡେଙ୍କୁ ବାଧ୍ୟ କରିଥିଲେ।

ଭିଡିଓରେ ଦେଖାଯାଉଛି ଯେ ସାଂସଦ ହେମନ୍ତ ପାଟିଲ ଏକ ପାଇପ୍‌ ଧରି ଛିଡା ହୋଇଛନ୍ତି। ଡିନ୍‌ ଶୌଚାଳୟ ଭିତରେ ସଫା କରିବା ଝାଡୁ ଓ ବ୍ରସ୍‌ ଧରି ସଫା କରୁଛନ୍ତି। ଶ୍ରୀଯୁକ୍ତ ପାଟିଲ ଶୋଚାଳୟ ଭିତରକୁ ଏକ ପାଇପ୍‌ ପାଣି ସ୍ପ୍ରେ କରୁଛନ୍ତି।

ସୋମବାର ହସ୍ପିଟାଲରେ ୨୪ ଘଣ୍ଟାରେ ୨୪ ଜଣଙ୍କ ମୃତ୍ୟୁ ନେଇ ରିପୋର୍ଟ ହୋଇଥିଲା।  ୪୮ ଘଣ୍ଟାରେ ଏହି ସଂଖ୍ୟା ୩୧କୁ ବୃଦ୍ଧି ପାଇଛି। ତେବେ ୭୧ ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି। ଏନେଇ ରାହୁଲ ଗାନ୍ଧୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ ବିଜେପି ସରକାର ହଜାର ହଜାର କୋଟି ଟଙ୍କା ପ୍ରଚାରରେ ଖର୍ଚ୍ଚ କରୁଛନ୍ତି। କିନ୍ତୁ ପିଲାମାନଙ୍କ ଔଷଧ  କିଣିବା ପାଇଁ ଟଙ୍କା ନାହିଁ।

ଏହି ଘଟଣାରେ ମେଡିକାଲ ଅବହେଳା ଓ ଔଷଧ, ଡାକ୍ତର ଅଭାବକୁ ନେଇ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ ହସ୍ପିଟାଲ ଡିନ୍‌ ଓ୍ୱାକଡେ। ସେପଟେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ନାନ୍ଦେଡରେ ୧୨ ଶିଶୁଙ୍କ ସମେତ ୨୪ ଜଣଙ୍କ ମତ୍ୟୁ ଅତ୍ୟନ୍ତ ଦୁଃଖଦାୟକ ଓ ଚିନ୍ତାଜନକ। ୨୦୨୩ ଅଗଷ୍ଟ ଥାନେରେ ମଧ୍ୟ ସମାନ ଘଟଣା ଘଟିଥିଲା, ଯେଉଛି ୧୮ ଜଣଙ୍କ ପ୍ରାଣହାନୀ ହୋଇଥିଲା।

   Related Posts