ବୈଠକର ସ୍ଥାନ ପରିବର୍ତ୍ତନ ନେଇ ବର୍ଷିଲେ ସାଂସଦ, କହିଲେ କୁଆଡେ ଗଲେ ଜିଲ୍ଲାପାଳ
20/01/2023 at 1:15 PM

ବଲାଙ୍ଗୀର ୨୦/୦୧: ପୁଣି ମୁହାଁମୁହିଁ ହେଲେ ନେତା ଅଫିସର । ବଲାଙ୍ଗିର ପି.ଡି.ଡି.ଆର.ଡି.ଏ ସୁଶାନ୍ତ କୁମାର ସିଂଙ୍କ ଉପରେ ବର୍ଷିଲେ ସାଂସଦ ସଂଗୀତା କୁମାରୀ ସିଂହଦେଓ । ଆଜି କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିବା ପାଇଁ ଦିଶା ବୈଠକ ଅନୁଷ୍ଠିତ ହେବାକୁ ଥିଲା ।
ପ୍ରତିଥର ଭଳି ଡି.ଆର.ଡି.ଏ କନଫେରେନସ ହଲରେ ବୈଠକ ହେବାର ଥିଲା । କିନ୍ତୁ ସ୍ଥାନ ପରିବର୍ତ୍ତନ କରି ପଂଚାୟତ ସାଧନ କେନ୍ଦ୍ରରେ ବୈଠକ ରଖାଯାଇଥିଲା । ସାଂସଦ ବୈଠକକୁ ପହଚିଂବା ସମୟରେ ଜିଲ୍ଲାପାଳ ଅନୁପସ୍ଥିତ ଥିଲେ ।
ବୈଠକର ସ୍ଥାନ ପରିବର୍ତ୍ତନ ଓ ଜିଲ୍ଲାପାଳ ଅନୁପସ୍ଥିତ ରହିବାକୁ ନେଇ ଗର୍ଜିଥିଲେ ସାଂସଦ ସଂଗୀତା । ପିଡି.ଡିଆରଡିଏଙ୍କ ଉପରେ ବର୍ଷିବା ପରେ, ବୈଠକକୁ ନଯାଇ ବାହାରୁ ବାହାରି ଚାଲିଯାଇଥିଲେ ସାଂସଦ ସଂଗୀତା କୁମାରୀ ସିଂହଦେଓ ।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023