Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କହିବାକୁ ଦେଲେନି ବାଚସ୍ପତି, ରାଗିଗଲେ ସାଂସଦ: ସମସ୍ତଙ୍କ ସାମ୍ନାରେ କଲେ ଏମିତି,ଭାଇରାଲ ହେଲା ଭିଡିଓ…

10/05/2023 at 1:56 PM

ନୂଆଦିଲ୍ଲୀ ୧୦/୦୫: ସୋସିଆଲି ମିଡିଆରେ ଭାଇରାଲ୍ ହେଉଛି ଭିଡିଓ । ଯେଉଁଥିରେ ଜଣେ ସାଂସଦ ସମସ୍ତଙ୍କ ସାମ୍ନାରେ ସାର୍ଟ ଖୋଲି ଫୋପାଡୁଛନ୍ତି । ଏହା ଭାଇରାଲେ ହେବା ପରେ ଲୋକେ ଜୋରଦାର ରେସପଣ୍ଡ ଦେଉଛନ୍ତି । କେହି କେହି ଏହାକୁ ତାଚ୍ଛଲ୍ୟ କରୁଥିବାବେଳେ କେହି କେହି ଏହାକୁ ପସନ୍ଦ କରୁଛନ୍ତି ।

ଘଟଣା ଘଟିଛି ନେପାଳରେ । ଯେଉଁଠି ଜଣେ ସ୍ୱାଧୀନ ସାଂସଦ ଅମରେଶ କୁମାର ସିଂହ ସୋମବାର ସମସ୍ତଙ୍କ ସାମ୍ନାରେ ନିଜର ସାର୍ଟ ଖୋଲିବା ସହ ବାନିୟାନ ବି ଖୋଲି ପୋପାଡିଦେଇଥିଲେ । ତାଙ୍କର ଅଭିଯୋଗ ଥିଲା କି ସଦନରେ ତାଙ୍କୁ କିଛି କହିବାକୁ ସୁଯୋଗ ଦିଆଗଲାନି । ସେଥିପାଇଁ ସେ ବାଧ୍ୟ ହୋଇ ଏପରି କରିଥିଲେ । ଶ୍ରୀ ସିଂହ ନେପାଳ କଂଗ୍ରେସର ଜଣେ ପୂର୍ବତନ ନେତା । ଗତବର୍ଷ ସେ ସରଲାହୀରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । କାରଣ ସେ ନେପାଳୀ କଂଗ୍ରେସ ତରଫରୁ ଟିକେଟ ଦିଆଯାଇନଥିଲା ।

ସୂଚନା ଥାଉକି, ଦିଲ୍ଲୀ ଜବାହାରଲାଲ୍‌ ନେହରୁ ୟୁନିଭରସିଟିରୁ ପିଏଚ୍‌ଡି କରିଥିବା ସିଂହ ସେତବେଲେ ସାର୍ଟ ଲେସ୍ ହୋଇଥିଲେ ଯେତେବେଳେ ହାଉସ୍ ଅପ୍ ରିପ୍ରେଜେଣ୍ଟେଟିଭ୍ସଙ୍କ ସ୍ପିକର ଦେବରାଜ୍ ଧିମିରେ ତାଙ୍କୁ କିଛି କହିବାର ସୁଯୋଗ ଦେଇନଥିଲେ । ଧିମିରେ ତାଙ୍କୁ ଚେତାବନୀ ଦେଇ କହିଥିଲେ କି ଯଦି ତୁମେ ବ୍ୟବହାର ଠିକ୍ ନକର ତେବେ ତୁମ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

କପଡା ଖୋଲିବା ପୂର୍ବରୁ ଲିଂହ କହିଥିଲେ ଭ୍ରଷ୍ଟାଚାର ବିରୋଧରେ କହିବା ପାଇଁ ମୁଁ ସବୁବେଳେ ତୟାକ । ଦରକାର ପଡିଲେ ଏଥିପାଇଁ ମୁଁ ସହିଦ ବି ହେବି । ସଂଗେ ସଂଗେ ବାଚସ୍ପତି କହିଥିଲେ ସଂସଦୀୟ ମର୍ଯ୍ୟାଦା ବଜାୟ ରଖନ୍ତୁ । ହେଲେ ସ୍ପିକରଙ୍କ କଥା ନଶୁଣି ଶ୍ରୀ ସିଂହ ନିଜର ପୋଷା ଖୋଲିବାରେ ଲାଗିଥିଲେ । ଏହାପରେ ସେ ସଂସଦ ଛାଡି ପଳାଇଥିଲେ । ତେବେ ନେପାଳ ସଂସଦରେ ଏମିତି ଘଟଣା ପ୍ରଥମ ଥର ଘଟିଛି ।

   Related Posts