ଫେଲ୍ ମାରିବ କି ସୁନ୍ଦରୀ ମିଶନ୍ ; ରାଜ୍ୟ ଜଙ୍ଗଲ ବିଭାଗ ଟିମ୍ ପରେ ଏବେ ମଧ୍ୟପ୍ରଦେଶ ଟିମ୍ ହାତରୁ ଖସି ଯାଇଛି ସୁନ୍ଦରୀ

Published By : Prameya-News7 Bureau | November 06, 2018 IST

ଅନୁଗୋଳ ୬|୧୧:  ଛାଇ ଆଲୁଅର ଖେଳ ଭଳି ଚାଲିଛି ସାତକୋଶିଆରେ ବାଘୁଣୀ ସୁନ୍ଦରୀ ଧରା କାର୍ଯ୍ୟକ୍ରମ। ଓଡିଶାର ଟ୍ରାଙ୍କୁଲାଇଜ ଟିମ୍ ଫେଲ୍ ପରେ ମଧ୍ୟପ୍ରଦେଶ ଟିମ୍ ବି ତାର ପ୍ରଥମ ଆଟେମ୍ପଟ୍ ରେ ଫେଲ୍ ମାରିଛି । କୁମ୍ କି ହାତୀ ଯଶୋଦା ପାଖରୁ ଅଳ୍ପକେ ଖସି ଯାଇଛି ସୁନ୍ଦରୀ । ସେପଟେ ସୁନ୍ଦରୀକୁ ଦେଖି ଯଶୋଦା କୁଆଡେ ଡରୁଛି । ଏସବୁ ଦେଖିଲା ପରେ ସୁନ୍ଦରୀ ମିଶନ ଫେଲ୍ ମାରିବ ବୋଲି ସାତକୋଶିଆବାସୀ ଆଶଙ୍କା ପ୍ରକାଶ କଲେଣି । ସୁନ୍ଦରୀ ମିଶନ୍ ଫେଲ୍ ମାରିବ କି ? ପ୍ରଥମେ ରାଜ୍ୟ ଜଙ୍ଗଲ ବିଭାଗ ଟିମ୍ ଆଉ ଏବେ ମଧ୍ୟପ୍ରଦେଶ ଟିମ୍ ହାତରୁ ଖସି ଯାଇଛି ସୁନ୍ଦରୀ । ବାରମ୍ବାର ଚକମା ଦେଇ ଖସି ଯାଉଛି ବାଘୁଣୀ ସୁନ୍ଦରୀ । ଦିନ ପରେ ଦିନ ଗଡୁଛି ହେଲେ ସୁନ୍ଦରୀ ଧରାପଡୁନି । ଅପରେସନ୍  ସୁନ୍ଦରୀ ପାଇଁ ଚନ୍ଦକାରୁ ଆସିଥିବା କୁମ୍ କି ହାତୀ ଯଶୋଦା ସୁନ୍ଦରୀକୁ ଖୋଜିଖୋଜି ତା ନିକଟବର୍ତ୍ତୀ ହୋଇଥିଲା । ହେଲେ ମଧ୍ୟପ୍ରଦେଶରୁ ଆସିଥିବା ଟ୍ରାଙ୍କୁଲାଇଜ୍ ଟିମ୍  ର ନିଶାନାରେ ଲାଗିଲାନି ସୁନ୍ଦରୀ । ଡିଆଁମାରି ଜଙ୍ଗଲ ଭିତରକୁ ପଳାଇଲା । ଆଉ ଏପେଟେ ସୁନ୍ଦରୀର ଆକ୍ସନ ଦେଖି ହାତୀ ଯଶୋଦା ବି ଡରିଲାଣି । ବାଘୁଣୀ ସୁନ୍ଦରୀ ଟ୍ରାଙ୍କୁଲାଇଜ ଟିମ୍ କୁ ଦେଖିଲେ ଡିଆଁ ମାରୁଛି । ବନ ବିଭାଗ କହୁଛି ସୁନ୍ଦରୀକୁ କାବୁ କରିବାକୁ ହେଲେ ଗୋଟିଏ ହାତୀ ଯଥେଷ୍ଟ ନୁହେଁ । ଆହୁରି ହାତୀର ଆବଶ୍ୟକତା ରହିଛି । ବାଘୁଣୀ ସୁନ୍ଦରୀ ଏବେ ମଝିପଡା ଗାଁ ପାଖାପାଖି ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ସୁନ୍ଦରୀ ଖସିଯାଉଥିବାରୁ ସାତକୋଶିଆବାସୀଙ୍କ ଧର୍ଯ୍ୟଚ୍ୟୁତ ହେଲାଣି । ବାଘୁଣୀ ସୁନ୍ଦରୀ ଧରିବା ଆଳରେ ବନ ବିଭାଗ ଲୋକଙ୍କୁ ଭୁଆଁ ବୁଲାଉଛି ବୋଲି ସେମାନେ କହିଲେଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.