ସୋସିଆଲ୍ ମିଡିଆରେ ଅଶ୍ଳୀଳ ଫଟୋ ପୋଷ୍ଟ କଲେ ବିଧାୟକ, କିଛି ସମୟ ପରେ ଡିଲିଟ୍ କରି କହିଲେ- ଭୁଲ୍‌ରେ ପୋଷ୍ଟ ହୋଇଗଲା...

Published By : Prameya-News7 Bureau | June 04, 2021 IST

ଅନୁପପୁର ୪।୬: ମଧ୍ୟପ୍ରଦେଶ ପୁଷ୍ପରାଜଗଡ ବିଧାୟକ ତଥା ଅନୁପପୁର କଂଗ୍ରେସ ଜିଲ୍ଲା ସଭାପତି ଫୁନ୍ଦେଲାଲ ସିଂ ଗୁରୁବାର ଦିନ ଶାହଡୋଲର ଏକ ହ୍ବାଟସଆପ୍ ଗ୍ରୁପରେ ଅଶ୍ଳୀଳ ଫଟୋ ପୋଷ୍ଟ କରି ଚର୍ଚ୍ଚାରେ ରହିଛନ୍ତି । ଯେମିତି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଲା ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାକୁ ଲାଗିଲେ । କଂଗ୍ରେସ ନେତାଙ୍କ ଦ୍ବାରା ଏଭଳି ଫଟୋ ପୋଷ୍ଟକୁ ଦେଖି ରାଜନୀତି ସମେତ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଲା । ତେବେ କିଛି ମିନିଟ୍ ମଧ୍ୟରେ ବିଧାୟକ ଏହି ଫଟୋକୁ ହଟାଇ ଦେଇଥିଲେ ।

ଅନୁପପୁର ବିଜେପି ଜିଲ୍ଲା ସଭାପତି ବ୍ରିଜେଶ ଗୌତମ କହିଛନ୍ତି ଯେ, ଏପରି କାମ ଅଭିଜ୍ଞ ତଥା ବରିଷ୍ଠ ବିଧାୟକଙ୍କୁ ଶୋଭା ପାଉନାହିଁ । ଏହା ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ରାଜନୀତିରେ ଏହା ଶୋଭନୀୟ ଆଚରଣ ନୁହେଁ । ଜନସାଧାରଣ ମନୋନୀତ କରି ପଠାଇଛନ୍ତି, ଏହାର ଜବାବ ଦେବାକୁ ପଡିବ । କଂଗ୍ରେସ ଜିଲ୍ଲା ସଭାପତି ଫୁନ୍ଦେଲାଲ ସିଂ ଏହା ଉପରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ଏହି ପୋଷ୍ଟଟି ଭୁଲରେ ହୋଇଯାଇଛି । ଏହାକୁ ଅନ୍ୟ କୌଣସି ସ୍ଥାନରେ କରିବାର ଥିଲା ।

କୁହାଯାଉଛି ଯେ, ଶାହଡୋଲର ଆୟୁଷ ଇଣ୍ଡିଆ ନାମକ ହ୍ବାଟସ ଆପ୍ ଗ୍ରୁପରେ ଆଡଲ୍ଟ ଚଳଚ୍ଚିତ୍ରର କିଛି ଅଶ୍ଳୀଳ ଫଟୋ ପୋଷ୍ଟ କରାଯାଇଥିଲା । ଯାହା ବିଧାୟକଙ୍କ ମୋବାଇଲ ନମ୍ବରରୁ ପୋଷ୍ଟ ହୋଇଥିଲା । ବିଧାୟକଙ୍କ ସହ ଜଡିତ ଲୋକମାନେ କହିଛନ୍ତି ଯେ, ସୋସିଆଲ ମିଡିଆ ସେ ନିଜେ ବ୍ୟବହାର କରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.