ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ୍‌ ଶକ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା ଋଣ ପରିମାଣ
  • ||

ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡିବା ରାଜ୍ୟ କଂଗ୍ରେସ ପାଇଁ ବରଦାନ କହିଲେ ଜୟବର୍ଦ୍ଧନ ସିଂହ, ଜାଣନ୍ତୁ କାହିଁକି ?

25/08/2021 at 5:09 PM

ଗ୍ୱାଲିୟର ୨୫।୮: ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ପୁତ୍ର ଜୟବର୍ଦ୍ଧନ ସିଂହ ଜ୍ୟତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡିବା ରାଜ୍ୟ ଦଳ ଲାଗି ଆଶିର୍ବାଦ ବୋଲି କହିଛନ୍ତି। ବନ୍ୟାପୀଡ଼ିତଙ୍କ ହାଲ ବୁଝିବା ଲାଗି ଗ୍ୱାଲିୟର ଗସ୍ତରେ ଆସିଥିବା ବେଳେ ଗଣମାଧ୍ୟମ ସହ ଆଲୋଚନାରେ ସେ ଏହା କହିଛନ୍ତି। ଜ୍ୟୋତିରାଦିତ୍ୟଙ୍କ ଉପସ୍ଥିତି ଦଳକୁ ଗୋଷ୍ଠୀରେ ବିଭାଜିତ କରି ରଖିଥିଲା। ଏବେ ସେ ବିଜେପିରେ ଯୋଗ ଦେଇଥିବା ବେଳେ ତାଙ୍କୁ କେନ୍ଦ୍ରମନ୍ତ୍ରୀ କରାଯାଇଛି। ତେବେ ରାଜ୍ୟ ବିଜେପି ଏବେ ୩ ଫାଳ ହୋଇଯାଇଥିବା ସେ କହିଛନ୍ତି।

ଜ୍ୟୋତିରାଦିତ୍ୟ ଗତବର୍ଷ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିଲେ। ବିଧାନସଭାରେ ତାଙ୍କ ଗୋଷ୍ଠୀର ବିଧାୟକମାନେ ଇସ୍ତଫା ଦେବାରୁ କଂଗ୍ରେସ ସଂଖ୍ୟାଗରିଷ୍ଠତା ହରାଇଥିଲା। ଫଳରେ କମଲ ନାଥ ସରକାରଙ୍କ ଅବେଳରେ ଇସ୍ତଫା ଦେବାକୁ ପଡିଥିବା ବେଳେ ବିଜେପି  ଏବେ ରାଜ୍ୟରେ ଶାସନ କରୁଛି। ହେଲେ ରାଜ୍ୟ ବିଜେପି ଏବେ ‘ଶିବରାଜ ବିଜେପି’, ‘ମହାରାଜ ବିଜେପି’ ଓ ‘ନାରାଜ ବିଜେପି’ ୩ ଭାଗ ହୋଇଯାଇଥିବା ଜୟବର୍ଦ୍ଧନ କହିଛନ୍ତି।

ତେବେ ସୌଭାଗ୍ୟର କଥା ହେଲା ରାଜ୍ୟ କଂଗ୍ରେସ୍ ଏବେ ଏହି ରୋଗରୁ ମୁକ୍ତ ହୋଇଯାଇଛି। ରାଜ୍ୟ ଏବେ ଗୁରୁତର ବନ୍ୟାରେ ପ୍ରଭାବିତ। ଲୋକଙ୍କ ଲାଗି ରିଲିଫ ଜରୁରି । ତେବେ ଗୋଷ୍ଠୀରେ ପରିଣତ ହୋଇଥିବା ରାଜ୍ୟ ବିଜେପି ରିଲିଫ ବ୍ୟାଗ୍‌ରେ ନେତାଙ୍କ ଫଟୋ ଛାପି ବିତରଣ କରୁଛି, ଯାହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଜୟବର୍ଦ୍ଧନ କହିଛନ୍ତି। ଲୋକେ ବନ୍ୟାରେ ବାସହରା ହୋଇ ହା ଅନ୍ନ ଚିତ୍କାର କରୁଛନ୍ତି। ଏଥିରେ ରାଜ୍ୟରେ ସରକାର ଅନ୍ନଉତ୍ସବ ପାଳନ କରୁଛନ୍ତି। ତେବେ ସେମାନେ ଭୁଲି ଯାଉଛନ୍ତି ରାଜ୍ୟରେ ଏହି କାର୍ଯ୍ୟକ୍ରମକୁ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଆରମ୍ଭ କରିଥିଲେ ବୋଲି କହିଛନ୍ତି ଜୟବର୍ଦ୍ଧନ।

   Related Posts