ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ପରିବାର ବିରୋଧରେ ବୋହୂଙ୍କ ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଲେ ସାଂସଦ ଭର୍ତ୍ତୃହରି ମହତାବ, କହିଲେ ଏହା ମୋ ପୁଅର ବ୍ୟକ୍ତିଗତ ମାମଲା

19/08/2021 at 7:32 PM

ଭୁବନେଶ୍ୱର, ୧୯/୦୮:  ପରିବାର ବିରୋଧରେ ବୋହୂଙ୍କ ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ । ଏହା ଦୁହିଁଙ୍କ ବ୍ୟକ୍ତିଗତ ମାମଲା ବୋଲି ସେ କହିଛନ୍ତି  । ବାପା ହିସାବରେ ସେ ପୁଅ ଏବଂ ବୋହୂ ଦୁହେଁ ଏକାଠି ରହିବାକୁ ଚାହୁଁଥିଲେ । କିନ୍ତୁ ସେମାନେ ଦୀର୍ଘ ୪ ବର୍ଷ ହେବ ଅଲଗା ରହୁଛନ୍ତି । ଏଥିପାଇଁ ପୁଅ କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିବା ସେ କହିଥିବା ବେଳେ ଅଭିଯୋଗ ବିଷୟରେ ବିଶେଷ କିଛି ଜାଣି ନଥିବା ପ୍ରକାଶ କରିଛନ୍ତି ।

ଭର୍ତ୍ତୃହରିଙ୍କ ବୋହୂ ସାକ୍ଷୀ ମହତାବ ଯୌତୁକ ନିର୍ଯାତନା ତଥା ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଭୋପାଳ ମହିଳା ଥାନାରେ ଏତଲା ଦେଇଛନ୍ତି । ସାଂସଦଙ୍କ ବ୍ୟତିତ ସ୍ବାମୀ ଲୋକରଞ୍ଜନ ମହତାବ ଏବଂ ଶାଶୂ ମହାଶ୍ବେତା ମହତାବଙ୍କ ବିରୁଦ୍ଧରେ ମଧ୍ୟ ମହିଳା ଥାନାରେ ଏତଲା ଦେଇଛନ୍ତି ସାକ୍ଷୀ । ଏହା ସହିତ ତାଙ୍କୁ ଜୀବନରୁ ମାରିଦେବା ପାଇଁ ମଧ୍ୟ ଧମକ ଦିଆଯାଉଥିବା ଏତଲାରେ ଦର୍ଶାଇଛନ୍ତି ଭର୍ତ୍ତୃହରିଙ୍କ ବୋହୂ ସାକ୍ଷୀ  ।

ଏ ନେଇ ଭୋପାଳ ମହିଳା ଥାନାରେ ଅଭିଯୋଗ କରିବା ସହିତ FIRରେ ଉଲ୍ଲେଖ କରିଛନ୍ତି ଯେ, ‘ମୋତେ ଯୌତୁକ ନିର୍ଯାତନା ସହ ଶାରୀରିକ ଏବଂ ମାନସିକ ଭାବେ ପ୍ରତାରିତ କରାଯାଉଛି । ଏହା ସହିତ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦିଆଯାଉଛି । ତାଙ୍କର ସମସ୍ତ ସ୍ତ୍ରୀଧନକୁ ମଧ୍ୟ ସେମାନେ ନେଇଯାଇଛନ୍ତି । ଏହାକୁ ନେବା ପାଇଁ ଚେଷ୍ଟା କଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଉଛନ୍ତି ବୋଲି ସେ ଏଫ୍‌ଆଇଆର୍‌ରେ ଉଲ୍ଲେଖ କରିଛନ୍ତି ।

   Related Posts