Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଏସସିବିରେ ଆହତଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

6/06/2023 at 10:44 PM

କଟକ, ୦୬/୦୬: ବାଲେଶ୍ବର ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଭେଟିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସାଂସଦ ମଙ୍ଗଳବାର ଏସସିବି ସର୍ଜରୀ ବିଭାଗ ଓ ଆଇସିୟୁରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିବା ସହ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏହା ସହ, କଟକ ବଡ଼ ମେଡିକାଲ୍‌ରେ କରାଯାଉଥିବା ଉନ୍ନତରୁ ଉନ୍ନତ ଚିକିତ୍ସା ଏବଂ ସମସ୍ତ ଡାକ୍ତରୀ ଟିମ୍ ଓ ମେଡ଼ିକାଲ ଷ୍ଟାଫ୍ ମାନଙ୍କୁ ପ୍ରଶଂସା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଆହୁରି ପଢ଼ନ୍ତୁ: ବାହାନଗା ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି, ଓଡିଶାରୁ ଅଛନ୍ତି ୩୯ ମୃତକ

ସୂଚନାଯୋଗ୍ୟ, ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ଘଟିଛି। ଗତକାଲି ମୃତ୍ୟୁ ସଂଖ୍ୟା ୨୭୫ ଥିଲା। ହେଲେ ଜିଲ୍ଲାପାଳଙ୍କ ଚୂଡ଼ାନ୍ତ ରିପୋର୍ଟ ମିଳିବା ପରେ ମୃତ୍ୟୁ ସଂଖ୍ୟା ୨୮୮ ହୋଇଛି। ଦୁର୍ଘଟଣାରେ ୧୨୦୦ରୁ ଅଧିକ ଆହତ ହୋଇଥିବା ବେଳେ ପାଖାପାଖି ୧୦୦୦ ଆହତ ମେଡିକାଲ୍‌ରୁ ଡିସଚାର୍ଜ ହେଲେଣି। ରେଳ ବିଭାଗର ସୁପାରିସ୍ କ୍ରମେ ସିବିଆଇ ତଦନ୍ତ ଆରମ୍ଭ କରିଛି। ସିବିଆଇର ୧୦ଟି ଦଳ ବାହାନଗା ଦୁର୍ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।

ସକାଳେ ସିବିଆଇ ଟିମ୍ ବାହାନଗାରେ ପହଞ୍ଚିବା ପରେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ । ସେମାନେ ଘଟଣାସ୍ଥଳ ବୁଲି ଦେଖିବା ସହ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କ ସହ ସେଣ୍ଟ୍ରାଲ ଫରେନସିକ୍ ଟିମ୍ ମଧ୍ୟ ଥିଲେ । ଦୁର୍ଘଟଣା କେମିତି ହେଲା, ଏଥିପାଇଁ କିଏ ଦାୟୀ ତା’ର ଖୋଳତାଡ କରିଛନ୍ତି ଏହି ଟିମ୍ ।

ଆହୁରି ପଢ଼ନ୍ତୁ: ବିରୋଧୀଙ୍କୁ ନିବେଦନ ଏମିତି ସମୟରେ ରାଜନୀତ କରନ୍ତୁ ନାହିଁ, ସତ୍ୟ ସାମ୍ନାକୁ ଆସିବ: ଅପରାଜିତା ଷଡ଼ଙ୍ଗୀ

   Related Posts