ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା କାମର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ସାଂସଦ ଓ ବିଧାୟକ

Published By : Prameya-News7 Bureau | November 26, 2021 IST

ତୁରୁମୁଙ୍ଗା ୨୬/୧୧ : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଇ ପଶି ଠାରୁ ତାଳପଦା ଭାୟା କଣ୍ଟିଆପଡା ୫ କିଲୋମିଟର ୨୫୦ ମିଟର ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର ରାସ୍ତା ନିର୍ମାଣ ପାଇଁ ଶୁକ୍ରବାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । କେନ୍ଦୁଝର ସାଂସଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ପାଟଣା ବିଧାୟକ ଜଗନ୍ନାଥ ନାଏକ ବ୍ଲକ ଅଧକ୍ଷ ବିଶ୍ୱନାଥ ନାଏକ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଯୋଗଦେଇଥିବା ବେଳେ ୨ କୋଟି ୪୩ ଲକ୍ଷ ୯୦ ହଜାର ଟଙ୍କା ବୟ ବରାଦ ହେବାକୁ ଥିବା ରାସ୍ତା ଯୋଗୁଁ ଆଖପାଖ ୧୦ ରୁ ଉର୍ଦ୍ଧ୍ଵ ଗ୍ରାମର ଲୋକେ ଉପକୃତ ହେବେ ବୋଲି ସାଂସଦ ଚନ୍ଦ୍ରାଣୀ ମୁର୍ମୁ କହିଛନ୍ତି । ଏହା ସହିତ ଖୁବ ଶୀଘ୍ର ରାସ୍ତା କାମ ଶେଷ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି ।

ସେହିପରି ଶରଧାପୁର ଠାରେ ମହିଁଶାମୁଣ୍ଡି ଠାରୁ ଭାୟା କାଶୀପୁର ଦେଇ ଶରଧାପୁର  ପର୍ଯ୍ୟନ୍ତ ୩ କିଲୋମିଟର ୧୭୦ ମିଟର ରାସ୍ତା ପାଇଁ ୧ କୋଟି ୪୯ ଲକ୍ଷ ୫୦ ହଜାର ଟଙ୍କା ବୟବରାଦ ହୋଇଛି । କାର୍ଯ୍ୟକ୍ରମରେ ଗ୍ରାମ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଦେବବ୍ରତ ମହାନ୍ତି ପାଟଣା ବ୍ଲକ ସଭାପତି ମାଧବାନନ୍ଦ ପୃଷ୍ଟି, ଦୀପକ ମଣ୍ଡଳ, ରଘୁବର ମହାନ୍ତ, ରତନ ସେଠୀ, ଅଭିଜିତ ରଣା ଖୀରେଇଟାଙ୍ଗିରି ସରପଞ୍ଚ ବୋନଜ ନାଏକ, ବାଉଁଶୁଳି ସମିତିସଭ୍ୟ ସୁକାନ୍ତି ନାଏକ ଚକୁଣ୍ଡାପାଳ ସରପଞ୍ଚ କଇଁତା ନାଏକଙ୍କ ସମେତ ଜନ ପ୍ରତିନିଧି ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.