୮ ବର୍ଷ ହେଲା ପୂର୍ବୋତ୍ତରରେ ଶାନ୍ତିକୁ ପ୍ରୋତ୍ସାହନ ମିଳିଛି :  ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | December 18, 2022 IST

ଶିଲଂ ୧୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିବସୀୟ ପୂ୍ର୍ବୋତ୍ତର ଗସ୍ତରେ ରବିବାର ଶିଲଂ ପୂର୍ବୋତ୍ତର କ୍ଷେତ୍ର ପରିସରରେ ଜନସମାବେଶକୁ ସମ୍ବୋଧିତ କରିଛନ୍ତି। ଏଥିରେ ତାଙ୍କ ସରକାର ଗତ ୮ ବର୍ଷରେ ପୂର୍ବୋତ୍ତର କ୍ଷେତ୍ରର ଅନେକ ବାଧା ଓ ପ୍ରତିବନ୍ଧକ ଦୂର କରିବାରେ ସକ୍ଷମ ହୋଇଥିବା କହିଛନ୍ତି। ଯେଉଁଥି ଲାଗି କ୍ଷେତ୍ରରେ ବିକାଶ ଆସିଥିବା ବେଳେ ଶାନ୍ତି ସ୍ଥାପିତ ହୋଇପାରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଫୁଟବଲ ଖେଳରେ ଯଦି କିଏ ଖେଳ ଭାବନାରୁ ବାହାରକୁ ଯାଇ ଖେଳେ ତାକୁ ରେଡକାର୍ଡ ଦିଆଯାଏ। ସେହିପରି ଗତ ୮ ବର୍ଷରେ ନର୍ଥ-ଇଷ୍ଟ ବିକାଶ ସମ୍ପର୍କିତ ପ୍ରତିବନ୍ଧକକୁ ଆମେ ରେଡକାର୍ଡ ଦେଖାଇଥିବା କହିଛନ୍ତି। ପୂର୍ବୋତ୍ତର କ୍ଷେତ୍ରର ପୂର୍ବ ସରକାରମାନଙ୍କ ପ୍ରତି ଅଙ୍ଗୁଳି ଦେଖାଇ କେନ୍ଦ୍ର ସରକାର କ୍ଷେତ୍ରର ବିକାଶ ଲାଗି ବିଶ୍ୱାସନିୟତାର ସହ ପ୍ରୟାଶ ଜାରି ରଖିଛନ୍ତି। ସେ କହିଛନ୍ତି ଯେ ଭ୍ରଷ୍ଟାଚାର, ଭେଦଭାବ, ଭାଇ-ଭତିଜାବାଦ, ହିଂସା ଓ ରାଜନୈତିକ ଉଦ୍ଦେଶ୍ୟରେ ବିକାଶ ପ୍ରକଳ୍ପକୁ ଅଟକାଇ ରଖିବା ଭଳି ଭୋଟ ବ୍ୟାଙ୍କ ରାଜନୀତିକୁ ଊର୍ଦ୍ଧ୍ୱରେ ରହି କେନ୍ଦ୍ର ସରକାର କାମ କରିଛନ୍ତି।

ସେହିପରି ତାଙ୍କ ସରକାର ଦେଶରେ କ୍ରିଡାର ବିକାଶ ଲାଗି ଏକ ନୂଆ ଦୃଷ୍ଟିକୋଣରୁ ଆଗକୁ ବଢୁଛନ୍ତି, ଯାହାର ଲାଭ ଏବେ ପୂର୍ବୋତ୍ତର କ୍ଷେତ୍ରର ଯୁବକମାନଙ୍କୁ ମିଳି ପାରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ଏହି କ୍ରମରେ ଦେଶର ପ୍ରଥମ କ୍ରିଡା ବିଶ୍ୱବିଦ୍ୟାଳୟ ପୂ୍ର୍ବୋତ୍ତର କ୍ଷେତ୍ରରେ ସ୍ଥାପିତ ହୋଇଛି। ତାଙ୍କ ସରକାର କାଳରେ ବିକାଶ କେବଳ ବଜେଟ, ଟେଣ୍ଡର ଓ ଶିଳାନ୍ୟାସରେ ସୀମିତ ହୋଇ ରହି ନାହିଁ। ତେବେ ୨୦୧୪ ମସିହା ପୂର୍ବରୁ ଏପରି ହେଉଥିଲା ବୋଲି ମୋଦି କହିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.