ଓଲଟିଲା କୁକୁଡା ବୋଝେଇ ଟ୍ରକ୍ ; ୨୦୦ରୁ ଅଧିକ କୁକୁଡା ମୃତ
15/01/2019 at 10:18 AM

ମୋହନା ୧୫|୧: ଗଜପତି ମୋହନା ଥାନା ଲିଲିଗଡ କେନ୍ଦୁଘାଟିରେ ଓଲଟିଲା କୁକୁଡା ବୋଝେଇ ଟ୍ରକ୍ । ଆଜି ଭୋର ସମୟରେ ଭାରସାମ୍ଯ ହରାଇ ଟ୍ରକଟି ରାସ୍ତା କଡକୁ ଓଲଟି ପଡିଛି । ଟ୍ରକରେ ଥିବା ୮୦୦ଟି କୁକୁଡା ଥିବାବେଳେ ୨୦୦ରୁ ଅଧିକ କୁକୁଡାଙ୍କର ମୃତ୍ୟୁ ହୋଇଛି । ଟ୍ରକଟି ଛତ୍ରପୁରରୁ ଗୁଣୁପୁର ଯାଉଥିବାବେଳେ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଟ୍ରକକୁ କୁକୁଡା ବୋହି ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଏହି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ବହୁ ଧନ ଜୀବନ ହାନି ହେଉଛି ।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳଙ୍କ ପରିବାରକୁ ରାତିଅଧିଆ ଜେରା
8 February 2023