ରଜ ଲଢେଇ

Published By : Prameya-News7 Bureau | June 02, 2018 IST

ପାଖେଇ ଆସୁଛି ରଜ । ଚାରିଆଡେ ଉତ୍ସବର ମାହୋଲ୍ । ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ଏହି ପାର୍ବଣ ଉତ୍ସବକୁ ୨ଗୁଣ କରିବା ପାଇଁ ଆମ ଓଡିଆ ଇଣ୍ଡଷ୍ଟ୍ରି ପୁରା ତୟାର ହୋଇଯାଇଛି । ତେବେ ଓଲିଉଡ୍ରେ ଏଥର ରଜ ଲଢେଇ ପୁରା ଜବରଦସ୍ତ ରହିବ । ଗୋଟିଏ ପଟେ ମଲଟି ଷ୍ଟାରର୍ ଫିଲ୍ମ ଫୋର୍ ଇଡିଅଟ୍ ରହିଥିବା ବେଳେ ଅନ୍ୟପଟେ ବାବୁଶାନ୍ ମହାନ୍ତିଙ୍କ ଫିଲ୍ମ ସୁନ୍ଦରଗଡର ସଲମାନ୍ ଖାନ୍ ଏହି ଲଢେଇରେ ସାମିଲ୍ ହୋଇଛି । ଅକ୍ଷୟ ପରିଜା ବ୍ୟାନର ତଳେ ତିଆରି ଫିଲ୍ମ ଫୋର୍ ଇଡିଅଟ୍-ରେ ସବ୍ୟସାଚୀ ମିଶ୍ର, ଆକାଶ୍ ଦାସ୍ ମହାପାତ୍ର, କୁନା ତ୍ରିପାଠୀ, ଚିତ୍ତ, ଏଲିନା, ପୁନମ୍, ଲିପ୍ସା, ନିହାରିକା, କେକେ, ଚାନ୍ଦିନି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଫୋର୍ ଇଡିଅଟ୍-ରେ ଭରପୁର କମେଡି ରହିଛି । ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ବାଳିଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର ଜଣାଶୁଣା ନିର୍ଦ୍ଦେଶକ ବସନ୍ତ ସାହୁ । ଏବଂ ଏହାର ଡାଏଲଗ୍ ଲେଖିଛନ୍ତି ଡକ୍ଟର ରଜନି ରଞ୍ଜନ । ଅନ୍ୟପଟେ ସୁନ୍ଦରଗଡର ସଲମାନ୍ ଖାନ୍-ଙ୍କୁ ନିର୍ଦ୍ଦେଶନା ଦେଇଛନ୍ତି ଷ୍ଟାଇଲିସ୍ ଡାଇରେକ୍ଟର ଅଶୋକ ପତି । ଫିଲ୍ମରେ ବାବୁଶାନ୍ଙ୍କ ଅପୋଜିଟ୍-ରେ ଅଛନ୍ତି ନ୍ୟୁ କମର୍ ଦିବ୍ୟା । ଏମାନଙ୍କ ବ୍ୟତିତ ଫିଲ୍ମରେ ମିହିର୍ ଦାସ୍, ବବି ମିଶ୍ର ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଛନ୍ତି । ତେବେ ରଜ ଲଢେଇରେ କେଉଁ ଫିଲ୍ମ ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରୁଛି ତାହା ରିଲିଜ୍ ପରେ ହିଁ ଜଣାପଡିବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.