Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୋଲେରୁ ଓ ମୋତୁଗୁଡେମରେ ହେବ ପୁଷ୍ପା-୨ର ସୁଟିଂ, ଅଲ୍ଲୁ ଅର୍ଜୁନଙ୍କୁ ଦେଖିବାକୁ ଲାଗିଲାଣି ଭିଡ

5/05/2023 at 11:40 AM

ମାଲକାନଗିରି ୦୫/୦୫: ସାଉଥ ସୁପର ହିଟ୍ ସିନେମା ପୁଷ୍ପା ପାର୍ଟ-୨ର ସୁଟିଂ ଆନ୍ଧ୍ର ସୀମାନ୍ତ ପୋଲେରୁ ଓ ମୋତୁଗୁଡେମ ଅଞ୍ଚଳରେ ହେବ ବୋଲି ଜଣାପଡିଛି । ଏହା ପ୍ରଥମେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ହେବାର ଥିଲା । ହେଲେ ଏବେ ଜଣାପଡିଛି ମାଲକାନଗିରିରେ ହେବନି ।

ଯେଉଁଥିପାଇଁ ସିନେମାର ନିର୍ଦ୍ଦେଶକ ସୁମର, ସହାୟକ ନିର୍ଦ୍ଦେଶକ ଏମ ପ୍ରସାଦ ଓ କ୍ୟାମେରାମ୍ୟାନ କ୍ୱାବାଙ୍କ ସିନେମା ପ୍ରଡକସନ ସଂସ୍ଥାର ଏକ ଟିମ ପୋଲେରୁ ଓ ମୋତୁଗୁଡେମ ଅଞ୍ଚଳ ବୁଲି ଅନେକ ସାଇଟ ଚିହ୍ନଟ କରିଛନ୍ତି । ଆସନ୍ତା ୭ ତାରିଖରୁ ଏଠାରେ ପୁଷ୍ପା-2 ର ସୁଟିଂ ଆରମ୍ଭ ହେବ ବୋଲି ମୈତ୍ରୀ ମୁଭି ମେକର ସଂସ୍ଥା ତରଫରୁ ଜଣାପଡିଛି । ହେଲେ ସୁପର ଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଦେଖିବା ଲାଗି ଏବେ ଠାରୁ ସେଠାରେ ଭିଡ ଜମିବାରେ ଲାଗିଛି ।

   Related Posts