ଡିସେମ୍ବର ୧୪ରେ ପୁରୁଷ ଓ ମହିଳା ସ୍ଵାସ୍ଥ୍ୟକର୍ମୀଙ୍କ ଆନ୍ଦୋଳନ, ଦାବି ପୂରଣ ନହେଲେ ୨୧ରୁ କାର୍ଯ୍ୟବନ୍ଦ ଚେତାବନୀ

Published By : Prameya-News7 Bureau | December 01, 2022 IST

ବିନିକା: ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ସ୍ବାସ୍ଥ୍ୟକର୍ମୀ ଓ ସ୍ଵାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ପକ୍ଷରୁ ଆସନ୍ତା ୧୪ ତାରିଖରୁ ହେବାକୁ  ଯାଉଛି ଆନ୍ଦୋଳନ। ଏଥିରେ ସାମିଲ ହେବାପାଇଁ ବିନିକାର ମହିଳା ବହୁମୁଖି ସ୍ବାସ୍ଥ୍ୟ କର୍ମୀ ଓ ସ୍ଵାସ୍ଥ୍ୟ ପରିଦର୍ଶକ ବିନିକା ଡାକ୍ତରଖାନା ଅଧିକାରୀଙ୍କ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି l

ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ୫ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି l ଉକ୍ତ ୫ ଦଫା ଦାବି ପୂରଣ ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରା ନଗଲେ ୨୦ ହାଜର ସ୍ବାସ୍ଥ୍ୟ କର୍ମୀ ଆସନ୍ତା ୭ ତାରିଖରୁ କଳାବ୍ୟାଜ ପିନ୍ଧି ନୀରବ ପ୍ରତିବାଦ କରିବେ l ପୁଣି ଆସନ୍ତା ୧୪ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ଅସହଯୋଗ ଆନ୍ଦୋଳନ କରିବେ l ତଥାପି ଯଦି ଦାବି ପୂରଣରେ ସରକାର ଗୁରୁତ୍ବ ନଦେଲେ ତାହେଲେ ୨୧ ତାରିଖରୁ କ୍ୟାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.