‘ହୋ’ ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ନେଇ ଯନ୍ତରମନ୍ତରରେ ଆନ୍ଦୋଳନ

Published By : Prameya-News7 Bureau | August 08, 2022 IST

ନୂଆଦିଲ୍ଲୀ/ନୀଳଗିରି ୦୮l୦୮: ଆଜି ସର୍ବ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ଆହ୍ୱାନରେ ଏକ ଦିବସୀୟ ଧାରଣା ନୂଆଦିଲ୍ଲୀର ଜନ୍ତରମନ୍ତରରେ ଅନୁଷ୍ଠିତ ହୋଇଛି।ହୋ ଭାଷାକୁ ସାମ୍ବିଧାନିକ ସ୍ବୀକୃତି ନିମନ୍ତେ ଏଭଳି ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା। ଓଡ଼ିଶାର କେନ୍ଦୁଝର,‌ମୟୂରଭଞ୍ଜ, ବାଲେଶ୍ଵର, ଆଠଗଡ଼, ଯାଜପୁର, ଅନୁଗୋଳ, ସୁନ୍ଦରଗଡ଼ ଆଦି ଜିଲ୍ଲାରୁ ୨୦୦ରୁ ଅଧିକ ଆଦିବାସୀ ନେତା ଯୋଗ ଦେଇଥିଲେ। ଏଥିରେ ଝାଡ଼ଖଣ୍ଡ,ଆସାମ ଓ ପଶ୍ଚିମବଙ୍ଗରୁ ୧୦୦ରୁ ଅଧିକ ଭାଷା ଆନ୍ଦୋଳନକାରୀ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀଙ୍କ ଉଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି।

{"id":668216,"width":577,"height":275,"sizeSlug":"full","linkDestination":"none"}

ନୂଆ ଶିକ୍ଷା ନୀତିର ସଫଳ ରୂପାୟନ କରିବା ପାଇଁ ମାତୃଭାଷାରେ ପ୍ରାଥମିକ ଓ ପ୍ରାକ୍ ପ୍ରାଥମିକ ବିଦ୍ୟାଳୟ ସ୍ଥରରୁ ମାତୃଭାଷା ‘ହୋ’ ରେ ଶିକ୍ଷା ପ୍ରଦାନ ପାଇଁ ଦାବି ପତ୍ର ପ୍ରଦାନ କରାଯାଇଛି। ଏହି ଧାରଣାରେ ହୋ ବ୍ୟତୀତ ଭୋଜପୁରୀ, ମଗୀ, ଅଙ୍ଗିକା, ରାଜସ୍ଥାନୀ, କୋଶଳୀ, କୋଡ଼ବା, ବାଜିକା ଆଦି ଅଣ-ସୂଚିତ ଭାଷାର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏହି ଧାରଣାରେ କମିଟିର କେନ୍ଦ୍ରୀୟ ସଭାପତି ରାମରାଇ ମୁନ୍ଦୁଇୟା, ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ତିୟୁ, ଉପ ସଭାପତି ଗିରିଶ ଚନ୍ଦ୍ର ହେମ୍ବ୍ରମ, ସମ୍ପାଦକ ଜୀବନ ସିଂ ମୁନ୍ଦୁଇୟା, ଉପ କୋଷାଧ୍ୟକ୍ଷ ଗଙ୍ଗାଧର ହେମ୍ବ୍ରମ, ଝାଡ଼ଖଣ୍ଡରୁ ସମ୍ପାଦକ ସୁରା ବିରୁଲୀ, ପଶ୍ଚିମବଙ୍ଗରୁ ସଂଘର ଉପ ସଭାପତି ଜଗନ୍ନାଥ କେରାଇ ଏବଂ ଆସାମରୁ ଉପ ସଭାପତି ସୁରେନ ମୁଣ୍ତା ପ୍ରମୁଖ ନେତୃତ୍ୱ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.