ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
22/03/2023 at 11:56 AM

ଭୁବନେଶ୍ବର ୨୨।୩: ବିଧାନସଭାରେ କୋଡିଙ୍ଗା ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମର୍ଥନ ଜଣାଇଛନ୍ତି । ଗୃହରେ ୧ ମିନିଟ୍ ପାଇଁ ନୀରବ ପ୍ରାର୍ଥନା ।
ଉଲ୍ଲେଖଯୋଗ୍ୟ ଯେ, ଗତ ସୋମବାର କୋଷାଗୁମୁଡ଼ା ବ୍ଲକର ନିଜ ଗ୍ରାମ ଦୁଗ୍ଲାହାଣ୍ଡିରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଭଗବତୀ ପୂଜାରୀ । ସେ କୋଡ଼ିଙ୍ଗା ନିର୍ବାଚନ ମଣ୍ଡଳୀରୁ ୧୯୮୫ରୁ ୯୦ପର୍ଯ୍ୟନ୍ତ କଂଗ୍ରେସ ଦଳର ବିଧାୟିକା ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୧ବର୍ଷ ହୋଇଥିଲା ।