ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଖୁବ୍ ଶୀଘ୍ର ହାତକୁ ଦି ହାତ ହେବେ ମୌନି ରୟ : ଖୁଲାସା କଲେ ଅଭିନେତ୍ରୀଙ୍କ ସମ୍ପର୍କୀୟ ଭାଇ..

1/10/2021 at 9:23 AM

ମୁମ୍ବାଇ ୦୧/୧୦: ନାଗିନ୍‌ ଫେମ୍‌ ମୌନି ରୟ ଖୁବ୍‌ଶୀଘ୍ର ହେବାକୁ ଯାଉଛନ୍ତି ହାତକୁ ଦି ହାତ। ସେ ତାଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡଙ୍କୁ କରିବାକୁ ଯାଉଛନ୍ତି ବିବାହ। ଆସନ୍ତା ବର୍ଷ ଜାନୁଆରୀରେ ବାଜିବ ସୁରଜ ନାମ୍ବିଆର ଏବଂ ମୌନିଙ୍କ ଶାହାନାଇ। ଦୁହେଁ ଦୁବାଇରେ କିମ୍ବା ଇଟାଲୀରେ ବିବାହ କରିବେ। ଏନେଇ ମୌନିଙ୍କ ଜଣେ ସମ୍ପର୍କୀୟ ଭାଇ ସୂଚନା ଦେଇଛନ୍ତି।

ମୌନିଙ୍କ ଭାଇ ବିଦ୍ୟୁତ ରୟସରକାର କହିଛନ୍ତି, ୨୦୨୨ ଜାନୁଆରୀରେ ମୌନି ତାଙ୍କ ଦୀର୍ଘ ଦିନର ବୟ ଫ୍ରେଣ୍ଡ ସୁରଜଙ୍କୁ ବିବାହ କରିବେ। ଦୁବାଇ କିମ୍ବା ଇଟାଲିରେ ବିବାହ ହେବାକୁ ଥିବା ବେଳେ ପଶ୍ଚିମବଙ୍ଗ କୁଚ ବିହାରରେ ଏକ ଛୋଟ ଫଙ୍କସନ୍‌ ହେବ। ଏହି ବିବାହରେ ତାଙ୍କର ପରିବାର ସଦସ୍ୟ ଏବଂ କିଛି ଘନିଷ୍ଠ ବନ୍ଧୁବାନ୍ଧବ ଓ ସାଙ୍ଗସାଥୀ ଯୋଗ ଦେବେ। ତେବେ ମୌନିଙ୍କ ସମ୍ପର୍କିୟ ଭାଇଙ୍କ ଏହି କଥା କେତେ ସତ ହେଉଛି ତାହା କେବଳ ଆସନ୍ତ ବର୍ଷ ଅପେକ୍ଷା। ସେ ବିବାହ କରୁଛନ୍ତି ନା ତାଙ୍କ ବିବାହ ତାରିଖ ଘୁଞ୍ଚୁଛି ତାହା ୨୦୨୨ରେ ହିଁ ଜଣାପଡିବ।

ସୂଚନା ମୁତାବକ, ଟେଲି ଦୁନିଆରୁ ବଲିଉଡକୁ ଆସିଥିବା ମୌନି ଦୀର୍ଘ ଦିନ ହେବ ସୁରଜ ନାମ୍ବିଆରଙ୍କୁ ଡେଟ୍‌ କରୁଛନ୍ତି। ସୁରଜ ହେଉଛନ୍ତି ଦୁବାଇର ଜଣେ ବ୍ୟାଙ୍କର ଏବଂ ବ୍ୟବସାୟୀ। ସେ ବେଙ୍ଗାଲୁରୁ ବାସିନ୍ଦା। ଗତ କିଛି ଦିନ ତଳେ ମୌନିଙ୍କ ମା’ ସୁରଜଙ୍କ ପରିବାର ସହ ସାକ୍ଷାତ କରିଥିଲେ। ସେପଟେ ମୌନି କିନ୍ତୁ ସୁରଜଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଅଫିସିଆଲ୍‌ ଭାବେ କିଛି ଘୋଷଣା କରି ନାହାନ୍ତି। କିନ୍ତୁ ପ୍ରାୟତଃ ସୁରଜ କିମ୍ବା ତାଙ୍କ ପରିବାର ସହ ମୌନି ନଜର ଆସନ୍ତି। ସୁରଜଙ୍କ ପୂର୍ବରୁ ମୌନି ଅଭିନେତା ମୋହିତ ରେନାଙ୍କୁ ଡେଟ୍‌ କରୁଥିଲେ। କିନ୍ତୁ ପରେ ଉଭୟଙ୍କ ମଧ୍ୟରେ ବ୍ରେକ୍‌ ଅପ୍‌ ହୋଇଯାଇଥିଲା।

   Related Posts