Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଗୋଆରେ ସାଙ୍ଗମାନଙ୍କ ସହ ବ୍ୟାଚ୍‌ଲର ପାର୍ଟି କରୁଥିବାରୁ ନଜର ଆସିଲେ ମୌନି ରୟ , ଭାଇରାଲ୍ ହେଉଛି ଫଟୋ…

19/12/2021 at 11:59 AM

ନୂଆଦିଲ୍ଲୀ ୧୯।୧୨ : ବଲିଉଡ ଗ୍ଲାମରର୍ସ ଅଭିନେତ୍ରୀ ମୌନି ରୟ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌ ରୁହନ୍ତି । ସେ ପ୍ରାୟତଃ କିଛି ନା କିଛି ଫଟୋ ସେୟାର କରିଥାନ୍ତି । ଏହି ଫଟୋ ଦେଖି ପ୍ରଶଂସକମାନେ ତାଙ୍କ ଫଟୋକୁ ମଧ୍ୟ ବହୁତ ପସନ୍ଦ ମଧ୍ୟ କରିଥାନ୍ତି । ହେଲେ ନିକଟରେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅଭିନେତ୍ରୀ ବ୍ୟାଚଲର ପାର୍ଟିର ମଜା ନେଉଥିବାର ନଜର ଆସିଛନ୍ତି । ଏହା ବ୍ୟତୀତ ତାଙ୍କ ସାଙ୍ଗମାନେ ଅଭିନେତ୍ରୀଙ୍କ ସହିତ ମଧ୍ୟ ନଜର ଆସିଛନ୍ତି । ଏଭଳି ପରିସ୍ଥିତିରେ ଶୁଣିବାକୁ ମିଳୁଛି କି ମୌନି ଖୁବ ଶୀଘ୍ର ବିବାହ ବାନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତେବେ ମୌନିଙ୍କର ବିବାହ ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି ।

ତେବେ ସୂଚନାନୁସାରେ, ମୌନି ଗୋଆରେ ନିଜ ସାଙ୍ଗମାନଙ୍କ ସହିତ ମଜା କରୁଛନ୍ତି। ଯେଉଁଠାରୁ ତାଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଅଭିନେତ୍ରୀଙ୍କ ଏହି ଫଟୋ ଇଣ୍ଟରନେଟରେ ତାଙ୍କ ବନ୍ଧୁ ଆଶ୍କା ଗୋରାଡିଆ ପୋଷ୍ଟ କରିଛନ୍ତି। ଯେଉଁଥିରେ ତାଙ୍କ ଗ୍ୟାଙ୍ଗ ସମୁଦ୍ର କୂଳରେ ଏହି ପାର୍ଟି କରୁଥିବାର ଦେଖିବାକୁ ମିଳିଛି। ଫଟୋ ଗୁଡ଼ିକରେ ସଭିଏଁ କଳା ରଙ୍ଗର ପୋଷାକ ପିନ୍ଧିଛନ୍ତି ।

ତାଙ୍କ ଏହି ଫଟୋ ଗୁଡ଼ିକ ସାମ୍ନାକୁ ଆସିବା ପରେ ରିପୋର୍ଟରେ କୁହାଯାଇଛି ଯେ ମୌନି ରୟ ତାଙ୍କ ଦୀର୍ଘ ଦିନର ପ୍ରେମିକା ସୁରଜ ନାମ୍ବିଆରଙ୍କୁ ଆସନ୍ତା ବର୍ଷ ଜାନୁୟାରୀ ମାସରେ ବିବାହ କରିବାକୁ ଯାଉଛନ୍ତି।ତେବେ ଏଭଳି ପରିସ୍ଥିତିରେ ଅନେକ ଲୋକ ସେମାନଙ୍କ ବିବାହ ବିଷୟରେ ପ୍ରଶ୍ନ ପଚାରୁଛନ୍ତି। ତେବେ ସେ ବିବାହ କରିବାକୁ ଯାଉଛନ୍ତି ନା ନାହିଁ, ହେଲେ ଏନେଇ ମୌନିଙ୍କ ଠାରୁ କୌଣସି ପ୍ରକାରର ଘୋଷଣା କରି ନାହାନ୍ତି ।

   Related Posts