scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

‘ଫୁଟବଲ ଫର ସ୍କୁଲ’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ବୁଝାମଣା ପତ୍ର ସ୍ୱାକ୍ଷରିତ

30/10/2022 at 8:54 PM

ମୁମ୍ବାଇ I ଭୁବନେଶ୍ୱର ୩୦/୧୦: ଦେଶରେ ‘ଫୁଟବଲ୍ ଫର୍ ସ୍କୁଲ’ କାର୍ଯ୍ୟକ୍ରମକୁ ଆରମ୍ଭ କରିବାକୁ ରବିବାର ମୁମ୍ବାଇର ଯଶୋବନ୍ତ ରାଓ ଚୌହ୍ୱାନ ଫୁଟବଲ୍ ଷ୍ଟାଡ଼ିୟମରେ ଶିକ୍ଷା ମନ୍ତ୍ରଣାଳୟ, ଫିଫା ଏବଂ ସର୍ବଭାରତୀୟ ଫୁଟବଲ୍ ସଂଘ(ଏଆଇଏଫଏଫ) ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଫିଫା ସଭାପତି ଜିଆନି ଇନଫାନଟିନୋ ଏବଂ ଏଆଇଏଫଏଫର ସଭାପତି କଲ୍ୟାଣ ଚୌବେ ଏହି ଏମଓୟୁରେ ସ୍ୱାକ୍ଷର କରିଛନ୍ତି।

ଏହି ଅବସରରେ ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ, ଫୁଟବଲ ଏକ ଲୋକପ୍ରିୟ ଖେଳ। ମୁଁ ପିଲାବେଳେ ଫୁଟବଲ୍ ଖେଳୁଥିଲି। ଆଜି ଦେଶରେ ଫୁଟବଲକୁ ପ୍ରାଥମିକତା ଦିଆଯିବା ବେଳେ ‘ଫୁଟବଲ୍ ଫର୍ ସ୍କୁଲ’ କାର୍ଯ୍ୟକ୍ରମ ମୋତେ ବ୍ୟକ୍ତିଗତ ଭାବେ ଆନନ୍ଦ ଦେଇଛି। ଆଗାମୀ ୪ ବର୍ଷ ମଧ୍ୟରେରେ ଫିଫା ଓ ଏଆଇଏଫଏଫ ସହଯୋଗରେ ଦେଶର ୭୦୦ରୁ ଅଧିକ ଜିଲ୍ଲାରେ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ସ୍କୁଲରେ ‘ଫୁଟବଲ ଫର୍ ସ୍କୁଲ’ କାର୍ଯ୍ୟକ୍ରମକୁ ଯୋଡ଼ାଯିବ। ଦେଶର ୨ କୋଟି ୫୦ ଲକ୍ଷ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଫୁଟବଲ କ୍ରୀଡ଼ା ସହ ଯୋଡ଼ିବାର ଯୋଜନା ରହିଛି।

ପିଲାଙ୍କୁ ଶାରୀରିକ ରୂପେ ସୁସ୍ଥ ରଖିବା ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଥିବା ବେଳେ ଶିକ୍ଷାକୁ ସର୍ବସ୍ପର୍ଶୀ କରିବା, ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଫୁଟବଲ କ୍ରୀଡାକୁ ସକାରାତ୍ମକ ମାଧ୍ୟମ ଭାବେ ବ୍ୟବହାର କରାଯାଉଛି। ଏହାବ୍ୟତିତ ଦେଶରେ ନୂଆ କ୍ରେଡିଟ ଫ୍ରେମଓ୍ୱାର୍କର ପ୍ରଣୟନ କରାଯାଉଛି। ଆଗାମୀ ଦିନରେ କ୍ରୀଡ଼ାକୁ କ୍ରେଡିଟ ଫ୍ରେମଓ୍ୱାର୍କର ରୂପାନ୍ତରଣ କରାଯିବ। ଦେଶର ପ୍ରଥମେ ପାଠ ପଢୁ ନଥିବା ପିଲା ଅଧିକ ଖେଳାଖେଳି କରନ୍ତି ବୋଲି ଧାରଣା ଥିଲା। ମାତ୍ର ଏହି ଧାରଣା ଏବେ ଦୂର ହେଉଛି। ଏବେ ମୋଦି ସରକାର ଖେଳକୁ ହିଁ ପାଠପଢାର ମାନ୍ୟତା ଦେଉଛନ୍ତି। ଆଗାମି ଦିନରେ ପିଲାଙ୍କ ପାଠ୍ୟ ପୁସ୍ତକରେ ଫୁଟବଲ ଭଳି ଶାରିରୀକ କ୍ରୀଡ଼ାକୁ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏଥିରେ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନିଶିଥ ପରମାଣିକ, ମହାରାଷ୍ଟ୍ରର ଗଣ ଶିକ୍ଷା ମନ୍ତ୍ରୀ ଦୀପକ କେସରକର, ଫୁଟବଲ ଫର୍ ସ୍କୁଲର ନିର୍ଦ୍ଦେଶିକା ଫତିମା ସିଦିବେ ଓ ଭାରତୀୟ ଫୁଟବଲ ଟିମର ଅଧିକାରୀମାନେ ଉପସ୍ଥିତ ଥିଲେ।

   Related Posts