Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ମିଳିତ କାର୍ଯ୍ୟକ୍ରମ ନେଇ ସୋଆ ଏବଂ ଆର୍‌ଏସ୍‌ବି ଟ୍ରାନ୍ସମିସନ୍ସ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

16/03/2023 at 9:08 PM

ଭୁବନେଶ୍ୱର , ୧୬/ ୦୩ : ଶିଳ୍ପ ନିମନ୍ତେ ଆବଶ୍ୟକୀୟ ଯନ୍ତ୍ରାଂଶ ପ୍ରସ୍ତୁତି ନିମନ୍ତେ ଏବଂ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ କରିବା ନିମନ୍ତେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପୁନେ ସ୍ଥିତ ଆରଏସବି ଟ୍ରାନ୍ସମିସନ୍ସ( ଆଇ) ଲିମିଟେଡ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛି । ପ୍ରୋସେସ୍ ସିମୁଲେସନ୍ସ, ନ୍ୟୁମରିକାଲ୍ ମଡେଲିଂ, ଅପ୍ଟିମାଇଜେସନ୍ ଅଫ୍ ଟେକ୍ନିକ୍ସ ଭଳି ବିଭିନ୍ନ ବୈଜ୍ଞାନିକ ପଦ୍ଧତିକୁ ନେଇ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି ।

ସୋଆର ପ୍ରୋ-ଭାଇସ୍ ଚାନ୍‌ସେଲର ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆର୍‌ଏସ୍‌ବି ଆର୍‌ଏସ୍‌ବି ଟ୍ରାନ୍ସମିସନ୍ସ (ଆଇ) ଲିମିଟେଡ୍ ପକ୍ଷରୁ ନିର୍ଦ୍ଦେଶକ ଡକ୍ଟର ଓମ୍‌କାର ନାଥ ମହାନ୍ତି ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । ଏହି କାର୍ଯ୍ୟକ୍ରମଗୁଡ଼ିକ ଦ୍ୱାରା ଉଚ୍ଚ କ୍ଷମତା ସମ୍ପନ୍ନ ପ୍ରୋସେସିଂ କାର୍ଯ୍ୟ ସ୍ୱଳ୍ପ ମୂଲ୍ୟରେ ହୋଇପାରିବ ବୋଲି ଡକ୍ଟର ମହାନ୍ତି କହିଥିଲେ । ପୂର୍ବରୁ ଡକ୍ଟର ମହାନ୍ତି ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିର କୁଳପତି ଥିଲେ ।
ଏହି ସମ୍ପର୍କରେ ବୁଝାଇ ଡକ୍ଟର ମହାନ୍ତି କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଦ୍ୱାରା ଶକ୍ତି ଅପଚୟ କମ୍ ହେବ, ଉତ୍ପାଦନ ବଢ଼ିବ ଏବଂ ଯନ୍ତ୍ରାଂଶ ଅଧିକ ଦିନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିିବ ।

ଏହି ଅବସରରେ ସୋଆର ଚିଫ୍ ଆଡ୍‌ମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର (ଡକ୍ଟର) ସରୋଜ ଆଚାର୍ଯ୍ୟ, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଜୟଦେବ ବଳ, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡକ୍ଟର ବିନାୟକ ପଟ୍ଟନାୟକ ଏବଂ ଶ୍ରୀ ଅଶୋକ ସାହୁ, ପୁନେ ସ୍ଥିତ ଆର୍‌ଏସ୍‌ବି ଟ୍ରାନ୍ସମିସନ୍ସ (ଆଇ) ଲିମିଟେଡ୍‌ର ଇଞ୍ଜିନିୟର୍ ( ଡିଜାଇନ୍ ଏବଂ ଡେଭଲପ୍‌ମେଂଟ) ଶ୍ରୀ ଶୁଭେନ୍ଦୁ କୁମାର ଦେ ଏବଂ ଶ୍ରୀ ସୁଶାନ୍ତ ସାହୁ ଉପସ୍ଥିତ ଥିଲେ ।

   Related Posts