ଇଫକୋ ଏବଂ ICAR-NRRI ମଧ୍ୟରେ ନାନୋ ଡି.ଏ.ପି.ର କ୍ଷେତ୍ର ପରିକ୍ଷଣ ପାଇଁ ବୁଝାମଣା ପତ୍ର ସ୍ଵାକ୍ଷରିତ
6/01/2023 at 8:04 PM

ଭୁବନେଶ୍ଵର : ଇଣ୍ଡିଆନ୍ ଫାରମର୍ସ ଫର୍ଟିଲାଇଜର୍ କୋଅପରେଟିଭ୍ ଲିମିଟେଡ୍ (ଇଫକୋ), ଭୁବନେଶ୍ୱର ଏବଂ ଜାତୀୟ ଧାନ ଗବେଷଣା କେନ୍ଦ୍ର (ଏନ.ଆର ଆର.ଆଇ.) କଟକ ମଧ୍ୟରେ ଧାନ ଫସଲରେ ନାନୋ ଡି.ଏ.ପି.ର କ୍ଷେତ୍ର ପରୀକ୍ଷଣ ପାଇଁ ୨୦୨୩ ଜାନୁଆରୀ ୪ରେ ପାରସ୍ପରିକ ବୁଝାମଣା ଚୁକ୍ତି ପତ୍ର ସ୍ଵାକ୍ଷର କରାଯାଇଅଛି। ପ୍ରଥମ ପକ୍ଷ ଭାବରେ ଡ଼ଃ. ଏ.କେ.ନାୟକ, ଡ଼ାଇରେକ୍ଟର, ଏନ.ଆର.ଆର.ଆଇ. ଏବଂ ଦ୍ଵିତୀୟ ପକ୍ଷ ଭାବରେ ଶ୍ରୀ ଏସ.କେ.ଚାଟ୍ଟାର୍ଜୀ, ରାଜ୍ୟ ବିପଣନ ପ୍ରବନ୍ଧକ, ଇଫକୋ, ଓଡିଶା ଏହି ଚୁକ୍ତି ପତ୍ରରେ ସ୍ଵାକ୍ଷର କରିଥିଲେ।
ଅନ୍ୟ ପଦାଧିକାରୀ ଯଥା ଡ଼ଃ. ସଂଗୀତା ମହାନ୍ତି, ବରିଷ୍ଠ ବୈଜ୍ଞାନିକ, ଏନ.ଆର.ଆର.ଆର.ଆଇ., ଶ୍ରୀ ସୁବାସ ଚନ୍ଦ୍ର ଜେନା, କ୍ଷେତ୍ର ପ୍ରବନ୍ଧକ, ଇଫକୋ, ଶ୍ରୀ ବରୁଣ କୁମାର ପଣ୍ଡା, ସହକାରୀ କ୍ଷେତ୍ର ପ୍ରବନ୍ଧକ, ଇଫକୋ, ଏବଂ ଏନ.ଆର.ଆର.ଆଇ.ର ଅନ୍ୟ ବୈଜ୍ଞାନିକମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।
ଏହି ବୁଝାମଣା ଚୁକ୍ତି ପତ୍ର ଅନୁଯାୟୀ ଏନ.ଆର.ଆର.ଆଇ. ଦ୍ଵାରା ଧାନ ଫସଲରେ ଇଫକୋ ନାନୋ ଡି.ଏ.ପି.ର କ୍ଷେତ୍ର ପରିକ୍ଷଣ କରାଯିବI ଇଫକୋ ନାନୋ ୟୁରିଆ ପରି ଆଗାମୀ ଭବିଷ୍ୟତରେ ଇଫକୋ ଖୁବ ଶିଘ୍ର ଚାଷୀମାନଙ୍କର ପାଇଁ ନେଇ ଆସିବ ଇଫକୋ ନାନୋ ଡି.ଏ.ପି.।ଏହି ଇଫକୋ ନାନୋ ଡି.ଏ.ପି. ଚାଷୀ ଭାଇମାନଙ୍କର ଅମଳ ବଢାଇବା ସହ ଦାନାଦାର ଡି.ଏ.ପି.ର ବିକଳ୍ପ ଭାବରେ କାର୍ଯ୍ୟ କରିବ।
ତେଣୁ ଏହି କ୍ଷେତ୍ର ପରୀକ୍ଷଣ ମାଧ୍ୟମରେ ନାନୋ ଡି.ଏ.ପି. କିପରି ଫସଲରେ ଅମଳ ବୃଦ୍ଧି କରିବାରେ ସହାୟକ ହେଉଛି, ସେହି ତଥ୍ୟକୁ ଏନ.ଆର.ଆର. ଆର.ଆଇ. ବୈଜ୍ଞାନିକମାନେ ସଠିକ ଭାବରେ ଅନୁଧ୍ୟାନ କରି ଚାଷୀମାନଙ୍କୁ ନାନୋ ଡି.ଏ.ପି. ବିଷୟରେ ଅବଗତ କରାଇବେ। ଏହି ଗବେଷଣା ଚାଷୀ ଭାଇମାନଙ୍କୁ ନାନୋ ଡି.ଏ.ପି. ସମ୍ବନ୍ଦୀୟ ବିଶେଷ ତଥ୍ୟ ଯୋଗାଇବା ସହ ଅଧିକ ଲାଭ ଯୋଗାଇବାରେ ମଧ୍ୟ ସକ୍ଷମ ହେବ।