Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଭଞ୍ଜବିହାରରେ ହେବ ତେଲୁଗୁ ଚେୟାର, ପାଞ୍ଚ ବର୍ଷ ପାଇଁ ଏମ୍‌ଓୟୁ ସ୍ୱାକ୍ଷରିତ

22/11/2022 at 1:56 PM

ବ୍ରହ୍ମପୁର ୨୨।୧୧ : ଭଞ୍ଜବିହାରରେ ପ୍ରତିଷ୍ଠା ହେବ ତେଲୁଗୁ ଚେୟାର । ଶ୍ରୀକାକୁଲମ୍‌ ବିଶ୍ୱ ବିଦ୍ୟାଳୟରେ ପ୍ରତିଷ୍ଠା ହେବ ଓଡିଆ ଚେୟାର । ଆନ୍ଧ୍ର ଉଚ୍ଚଶିକ୍ଷା ବିଭାଗ ଏବଂ ଓଡିଶା ସଂସ୍କୃତି ବିଭାଗ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି । ପାଞ୍ଚ ବର୍ଷ ପାଇଁ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି ଏମ୍‌ଓୟୁ । ସ୍ଥିତି ଅନୁସାରେ ସମୟ ସୀମା ବୃଦ୍ଧି ହୋଇପାରିବ।

ଖବର ଅନୁଯାୟୀ, ଆନ୍ଧ୍ର ପ୍ରଦେଶରେ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ଓଡ଼ିଆ ଚେୟାର ସ୍ଥାପନ ନେଇ ନାମ ସୁପାରିଶ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ । ତେଲୁଗୁ ଚେୟାର କାହା ନାମରେ ସ୍ଥାପନ ହେବ ସେନେଇ ଆନ୍ଧ୍ର ପ୍ରଦେଶ ଉଚ୍ଚ ଶିକ୍ଷା ବିଭାଗ ଜଣାଇବେ। ଆନ୍ଧ୍ରପ୍ରଦେଶରେ ଓଡ଼ିଆ ଚେୟାର ସ୍ଥାପନ ନେଇ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ କୁଳପତି ଖୁସି ଜାହିର କରିଛନ୍ତି। ଖୁବ୍ ଶୀଘ୍ର ଏନେଇ ବିଜ୍ଞପ୍ତି ବାହାର କରାଯିବ । ଏଥିଲାଗି ତେଲୁଗୁ ଭାଷାର ଜଣେ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯିବ ବୋଲି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞଳି ଦାସ କହିଛନ୍ତି ।

   Related Posts