ଭୁବନେଶ୍ବର ମେଟ୍ରୋ ଟ୍ରେନ୍ ପାଇଁ MOU ସ୍ବାକ୍ଷରିତ, ୪ ବର୍ଷରେ ପ୍ରକଳ୍ପ କାମ ସରିବା ଲକ୍ଷ୍ୟ

Published By : Prameya-News7 Bureau | November 20, 2023 IST

ଭୁବନେଶ୍ବର ୨୦।୧୧: ଭୁବନେଶ୍ବର ମେଟ୍ରୋ ଟ୍ରେନ୍ ପାଇଁ MOU ସ୍ବାକ୍ଷରିତ ହୋଇଛି । ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ (DMRC) ସହ ଭୁବନେଶ୍ବର ମେଟ୍ରୋ ରେଲ୍ କର୍ପୋରେସନ୍ (BMRC) MOU ସ୍ବାକ୍ଷରିତ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ MOU ସ୍ବାକ୍ଷରିତ ହୋଇଛି । 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

{"id":872350,"sizeSlug":"full","linkDestination":"none"}

ତେବେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୁଳିଆ ଚାଲିବ ମେଟ୍ରୋ ଟ୍ରେନ୍ । ରାଜ୍ୟ ସରକାରଙ୍କ 5T ଅଭିଯାନରେ ମେଟ୍ରୋ ପ୍ରକଳ୍ପ ହେବ । ରାଜ୍ୟ ସରକାରଙ୍କ ନିଜସ୍ବ ପାଣ୍ଠିରେ ମେଟ୍ରୋ ପ୍ରକଳ୍ପ ହେବ । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ମୋଟ ୬ ହଜାର ୨୫୫ କୋଟି ଟଙ୍କା ଖର୍ଚ୍ଚ ହେବ । ଆସନ୍ତା ୪ ବର୍ଷରେ ସରିବ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମ ।

{"id":872351,"sizeSlug":"full","linkDestination":"none"}

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ପରିବହନ ଇତିହାସରେ ମେଟ୍ରୋ ରେଳ ଯୋଡିବ ସ୍ବର୍ଣ୍ଣିମ ଫର୍ଦ୍ଦ । ନୂଆ ଓଡ଼ିଶାର ସଂକଳ୍ପକୁ ପୂରଣ କରିବାରେ ଏହି ପ୍ରକଳ୍ପ ଅନେକାଂଶରେ ସହାୟକ ହେବ । ରାଜ୍ୟ ସରକାର ଏବାବଦରେ ଯେତିକି ଟଙ୍କା ନିବେଶ କରିବେ ତାହା ହେଉଛି ଓଡ଼ିଶା ଭିତ୍ତିଭୂମି ପ୍ରକଳ୍ପ ନିବେଶରେ ସର୍ବକାଳୀନ ରେକର୍ଡ ।

କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ନୂଆବର୍ଷରେ ମେଟ୍ରୋ ରେଳ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

You Can Read :

wp:embed {"url":"https://www.prameyanews7.com/more-than-50-thieves-were-held-by-simulia-police/","type":"wp-embed","providerNameSlug":"prameya-news-7"}
https://www.prameyanews7.com/more-than-50-thieves-were-held-by-simulia-police/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.