ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ଓ ଟାଟା ପାୱାର ମଧ୍ୟରେ ବୁଝାମଣା ସ୍ବାକ୍ଷର, ରାଜ୍ୟର ଯୁବପିଢ଼ୀଙ୍କୁ ସଶକ୍ତ କରିବାକୁ MOU

Published By : Prameya-News7 Bureau | December 22, 2023 IST

ଭୁନେଶ୍ୱର ୨୨।୧୨: ଟାଟା  ପାୱାର ଏବଂ ବୈଷୟିକ ଶିକ୍ଷା ଓ  ଦକ୍ଷତା ବିକାଶ ବିଭାଗ ମଧ୍ୟରେ ଏକ  ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।  ରାଜ୍ୟର ଯୁବପିଢ଼ୀଙ୍କୁ ସଶକ୍ତ କରିବା  ପାଇଁ ଏହି ରାଜିନାମା ସ୍ୱାକ୍ଷରିତ  ହୋଇଛି । ଡିଟିଇଟି ନିର୍ଦ୍ଦେଶକ ରେଘୁ  ଜି ଓ ଟାଟା ପାୱରର ଟ୍ରାସ୍‌ସମିସନ ଆଣ୍ଡ  ଡିଷ୍ଟ୍ରିବ୍ୟୁସନ(ଟି ଆଣ୍ଡ ଡି) ସଭାପତି  ସଞ୍ଜୟ ବଙ୍ଗା ଏହି ବୁଝାମଣାପତ୍ରରେ  ସ୍ୱାକ୍ଷର କରିଥିଲେ । ଖାରବେଳ ଭବନଠାରେ  ଆୟୋଜିତ ଏହି କାର୍ଯ୍ୟକ୍ରମରେ  ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଯୋଗଦେଇ କହିଥିଲେ, ଏହି  ବୁଝାମଣା ସ୍ୱାକ୍ଷରିତ ଦ୍ୱାରା ପ୍ରଶିକ୍ଷଣ  ମଡ୍ୟୁଲ୍‌ ଓ ପ୍ରାକ୍ଟିକାଲ ଅଧିବେଶନରେ  ନିରାପତ୍ତାର ଗୁରୁତ୍ୱପୂର୍ଣ୍ଣ ଭୂମିକା  ରହିବ । ଯାହା ଅନ୍ତର୍ଜାତୀୟ ମାନଦଣ୍ଡ  ସହ ସମକକ୍ଷ ହେବ । ବିଶ୍ୱ ବଜାରରେ  କର୍ମଚାରୀଙ୍କ ନିଯୁକ୍ତି ସୁଯୋଗ ଓ  ବିଶ୍ୱସନୀୟତାକୁ ସୁଦୃଢ଼ କରିବ ।

{"id":886323,"sizeSlug":"large","linkDestination":"none"}

ନିଯୁକ୍ତି କ୍ଷେତ୍ରରେ ଉନ୍ନତି ଆଣିବା  ପାଇଁ ରଣନୀତି ପ୍ରସ୍ତୁତି କରାଯାଇଛି ।  ଶିକ୍ଷାର୍ଥୀଙ୍କୁ ଶକ୍ତି କ୍ଷେତ୍ରରେ ବର୍ଦ୍ଧିତ ନିଯୁକ୍ତି  ସୁଯୋଗ ପ୍ରଦାନ କରିବ । ପ୍ରଥମ ବର୍ଷରେ  ଟାଟା ପାୱାର ଦକ୍ଷତା ବିକାଶ କେନ୍ଦ୍ର  ନିକଟରେ ୨୦ଟି ସରକାରୀ ଆଇଟିଆଇ  (ପ୍ରତି ଡିସ୍‌କମ୍‌ରେ ୫ଟି)ରେ ଏହି  କାର୍ଯ୍ୟକ୍ରମ ଆରମ୍ଭ ହେବ । ଆଗାମୀ  ବର୍ଷରେ ଅନ୍ୟ ଆଇଟିଆଇକୁ ଅନ୍ତର୍ଭୁକ୍ତ  କରିବା ପାଇଁ ସଂପ୍ରସାରଣ କରାଯିବ ।  ଟାଟା ପାୱାର ଓଡ଼ିଶାର ବୈଷୟିକ  ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ସହ  ପରାମର୍ଶ କରି ଏଭଳି ମଡ୍ୟୁଲ୍‌ ପ୍ରସ୍ତୁତ  କରିବ । ଯେଉଁଥିରେ ଛାତ୍ରଛାତ୍ରୀଙ୍କୁ ଶିଳ୍ପ  ପାଇଁ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ  ଦିଆଯିବ ।

ଏହି ମଡ୍ୟୁଲ୍‌ଗୁଡ଼ିକ ଶକ୍ତି  କ୍ଷେତ୍ରରେ ଆବଶ୍ୟକୀୟ ଦକ୍ଷତା ଓ  ଜ୍ଞାନକୁ ଅନ୍ତର୍ଭୁକ୍ତ କରିବ । ବାସ୍ତବ  ଦୁନିଆର ଅନୁଭୂତି ପ୍ରଦାନ କରିବା  ପାଇଁ ଛାତ୍ରଛାତ୍ରୀମାନେ ଡିସ୍‌କମ୍‌ର  ଟ୍ରେନିଂ ସେଣ୍ଟର ପରିଦର୍ଶନ କରିବେ ।  ଏହି ପ୍ରଦର୍ଶନ ସେମାନଙ୍କୁ ଦୈନନ୍ଦିନ  କାର୍ଯ୍ୟକୁ ସୁରକ୍ଷିତ ଓ ଦକ୍ଷତାର ସହ  ସଂପାଦନ କରିବାରେ ସାହାଯ୍ୟ କରିବ ।  ଏଥିସହ ନେଟ୍‌ୱାର୍କ କଣ୍ଟ୍ରୋଲ୍‌ ସେଣ୍ଟର,  ସ୍ମାର୍ଟ ମିଟର ଲ୍ୟାବ୍‌ ଓ ୩୩/୧୧  କେଭି ସବ୍‌ ଷ୍ଟେସନ୍‌ ପରିଦର୍ଶନ  କରି ବିଦ୍ୟୁତ୍‌ କ୍ଷେତ୍ରର ଉପକରଣ  ସଂପର୍କରେ ସେମାନଙ୍କର ଦକ୍ଷତା  ବୃଦ୍ଧି କରିବାକୁ ଯୋଜନା କରାଯାଇଛି ।

You Can Read :

wp:embed {"url":"https://www.prameyanews7.com/nandankanan-zoo-remain-open-on-christmas-and-new-year-day/","type":"wp-embed","providerNameSlug":"prameya-news-7"}
https://www.prameyanews7.com/nandankanan-zoo-remain-open-on-christmas-and-new-year-day/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.